fbpx
BSKY
BJD MC SKY
BJD YOUTH SKY

ମୁଲ୍ଳା ମହମ୍ମଦ ହସନଙ୍କ ନେତୃତ୍ୱରେ ତାଲିବାନ ସରକାର; ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲର ୩ ସପ୍ତାହ ପରେ ସରକାର ଗଠନ କରିଛି । ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କ ନେତୃତ୍ୱରେ ଆଫଗାନ ସରକାର ଗଠନ ହୋଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ ସରକାର ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି । ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ଜରିଆରେ ସରକାର ଗଠନ ନେଇ ସୂଚନା ଦେଇଛନ୍ତି ମୁଜାହିଦ । ଆଫଗାନିସ୍ତାନରେ ନବଗଠିତ ସରକାରର ମୁଖ୍ୟ ଭାବରେ ମୁଲ୍ଲା ମହମ୍ମଦ ହସନ ଅଖଣ୍ଡ କାର୍ଯ୍ୟ କରିବେ । ଏହା ସହିତ ଏହି ସରକାର ଏକ ସ୍ଥାୟୀ ସରକାର ନୁହେଁ ବୋଲି ମଧ୍ୟ ମୁଜାହିଦ ସ୍ପଷ୍ଟ କରିଛନ୍ତି ।

ଦୋହାକୁ ତାଲିବାନର ଅଧିକାରିକ କାର୍ଯ୍ୟାଳୟ ଭାବରେ ଘୋଷଣା କରାଯାଇଛି । ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କ ଡେପୁଟି ଭାବରେ ମୁଲ୍ଲା ଅବଦୁଲ ଘନି ବରାଦର ଏବଂ ମୌଲବୀ ହନାଫିଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତିତ ଅମିର ଖାନ ମୁଟାକ୍ୱୀଙ୍କୁ ବୈଦେଶିକ ମନ୍ତ୍ରୀ, ଶେର ମହମ୍ମଦ ଆବାସ ଷ୍ଟାନକିଜାଇଙ୍କୁ ବୈଦେଶିକ ଉପ ମୁଖ୍ୟ, ସିରାଜ ହକ୍କାନିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ, ମୁଲ୍ଲା ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀ, ଅବଦୁଲ ହକିମ ହକ୍କାନୀଙ୍କୁ ଆଇନ ମନ୍ତ୍ରୀ, ଖରିଉଲ୍ଲା ଖେରଖାୱାଙ୍କୁ ସୂଚନା ଓ ପ୍ରସାରଣ ଏବଂ ଜବିଉଲ୍ଲା ମୁଜାହିଦଙ୍କୁ ସୂଚନା ଓ ପ୍ରସାରଣ ବିଭାଗର ଉପ ମୁଖ୍ୟ ଭାବରେ ଚୟନ କରାଯାଇଛି ।

Get real time updates directly on you device, subscribe now.