fbpx

୪୦ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦେଇଥିଲେ ୧୦ କିଲୋ ସୁନା; ଅତି ଗରିବ ଭାବରେ ପ୍ରାଣ ଗଲା

ନୂଆଦିଲ୍ଳୀ: ୪୦ ବର୍ଷ ତଳେ ନିଜର ସଚ୍ଚୋଟତା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ବ୍ୟକ୍ତିଙ୍କୁ ଜାଣିଥିଲେ । ୧୯୮୦-୮୧ ମସିହାରେ ୩୦ ବର୍ଷର ଥିବା ଏହି ଯୁବକଙ୍କ ନିଷ୍ଠାପରତା ତାଙ୍କୁ ସମସ୍ତଙ୍କ ନିକଟରେ ପରିଚିତ କରାଇଥିଲା । ବିହାରର ନାରାୟଣପୁର ଘାଟ ରୋଡ(ଭଟ୍ଟି ରୋଡ)ର ଗୋଡିଆପଟ୍ଟିରେ ରହିଥିବା ନିଜ ଦୋକାନ ପଛପଟୁ ମିଳିଥିଲା ସୁନା ଭର୍ତ୍ତି ଗରା । ମାତ୍ର ଲୋଭର ବଶବର୍ତ୍ତୀ ହେବା ପରିବର୍ତ୍ତେ ଏହି ୧୦ କିଗ୍ରା ସୁନା ସେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ । ଦିଲ୍ଲୀ ଯାଇ ଖେଦାରୁ ନିଜ ହାତରେ ଏହି ସୁନା ଭର୍ତ୍ତି ଗରା ଇନ୍ଦିରା ଗାନ୍ଧୀଙ୍କୁ ଦେଇଥିଲେ ।

ଏହି ସୁନା ଭର୍ତ୍ତି ଗରା ପ୍ରଦାନ କରିବା ପରେ ଇନ୍ଦିରା ଗାନ୍ଧୀ ତାଙ୍କୁ ୨୦ ଏକରର ଜମି ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହେଇ ରହି ଯାଇଥିଲା । ପ୍ରଥମେ ୨୦ ଏକର ଜମି ମିଳିଥିଲେ ହେଁ ଏହାକୁ ବିଭିନ୍ନ ସରକାରୀ ଦପ୍ତରକୁ ଦୌଡି ଦୌଡି ମଧ୍ୟ କିଛି ଫଳ ମିଳିନଥିଲା । ୪୦ ବର୍ଷ ପରେ ଖେଦାରୁଙ୍କ ପରଲୋକ ଘଟିଥିବା ବେଳେ ଏଯାଏଁ ମଧ୍ୟ ଜମି ତାଙ୍କ ପରିବାରକୁ ମିଳିପାରି ନାହିଁ । ୪୦ ବର୍ଷ ତଳେ ପାଇଥିବା ସୁନାରେ ଅପରମ୍ପାର ପ୍ରତିପତି ହାସଲ କରିପାରି ଥାନ୍ତେ, ମାତ୍ର ସଚ୍ଚୋଟତାର ପୁରସ୍କାର ଦାରିଦ୍ର୍ୟତା ମାଧ୍ୟମରେ ମିଳିଲା ଖେଦାରୁଙ୍କୁ । ଖେଦାରୁଙ୍କ ପରିବାର ବର୍ତ୍ତମାନ ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ଏହି ଘଟଣା ଉପରେ ଯାଞ୍ଚ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

Get real time updates directly on you device, subscribe now.