fbpx

ଟ୍ରେନ ଯାତ୍ରା ସମୟରେ ଭୁଲରେ ବି କରନ୍ତୁନି ଏହି କାମ; ରେଳ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ଟ୍ରେନ ଯାତ୍ରା ସମୟରେ ଟିକେଟ କାଟିବାକୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି । ତେବେ କେବଳ ଟିକେଟ ନୁହେଁ ବରଂ ଅନେକ ନିୟମ ରହିଛି ଯାହା ନ ଜାଣିଲେ ଆପଣଙ୍କୁ କେବଳ ଜୋରିମାନା ନୁହେଁ ବରଂ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ଏହି ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଏକ ଟ୍ୱିଟ ମଧ୍ୟ କରାଯାଇଛି । ତେଣୁ ଟ୍ରେନ ଯାତ୍ରା ପୂର୍ବରୁ ଏହି ସମସ୍ତ ନିୟମ ଉପରେ ଧ୍ୟାନ ରଖନ୍ତୁ ।

ଏମିତି ଏକାଧିକ ଥର ହୋଇଥାଏ କି, ଆଉ କାହା ନାଁରେ ଥିବା ଟିକେଟରେ କିଛି ଲୋକ ରେଳ ଯାତ୍ରା କରିଥାନ୍ତି । ତେବେ ଏପରି କରିବା ସମ୍ପୂର୍ଣ୍ଣ ଭୁଲ ଅଟେ । ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ରେଳ ମନ୍ତ୍ରାଳୟର ଆଧିକାରିକ ଟ୍ୱିଟ୍ଟକର ହ୍ୟାଣ୍ଡେଲରୁ ଟ୍ୱିଟ କରାଯାଇ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏପରି କରିବା ଦ୍ୱାରା କେବଳ ଜୋରିମାନା ନୁହେଁ ବରଂ ଜେଲ ଦଣ୍ଡ ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସର୍ବଦା ଉଚିତ ଏବଂ ନିଜ ନାମରେ ଟିକେଟ ନେଇ ରେଳ ଯାତ୍ରା କରନ୍ତୁ ।

ତେବେ ଯଦି ଆପଣ କୌଣସି ପରିବାର ଲୋକଙ୍କ ଟିକେଟରେ ଯାତ୍ରା କରୁଥାନ୍ତି ତାହେଲେ କୌଣସି ଅସୁବିଧା ହେବ ନାହିଁ । ତେବେ ପ୍ର୍ରଥମତଃ ଏଥିପାଇଁ ରକ୍ତସମ୍ପର୍କ ରହିଥିବା ଆବଶ୍ୟକ । ମାତା, ପିତା, ଭାଇ, ଭଉଣୀ କିମ୍ବା ପତ୍ନୀ ଓ ସନ୍ତାନ ଏହି ଟିକେଟରେ ଯାତ୍ରା କରିପାରିବେ । ତେବେ ଏଥିପାଇଁ ମଧ୍ୟ ଆପଣଙ୍କୁ ଏକ ନିୟମ ପାଳନ କରିବାକୁ ପଡିବ । ଆପଣଙ୍କୁ ଯାତ୍ରା ପୂର୍ବରୁ ଟ୍ରେନ ଟିକଟ ଘରକୁ ଯାଇ ଟିକେଟରେ ନାମ ପରିବର୍ତ୍ତନ ଆବେଦନ କରିବାକୁ ପଡିବ । ଏହାପରେ ମିଳୁଥିବା ଟିକେଟ ଜରିଆରେ ଆପଣ ବିନା ଅସୁବିଧାରେ ଟ୍ରେନ ଯାତ୍ରା କରି ପାରିବେ । ଏହା ସହିତ କୌଣସି ମହିଳାଙ୍କ ନାମରେ ଥିବା ଟିକେଟରେ କେବଳ ମହିଳା ଏବଂ ପୁରୁଷଙ୍କ ନାମରେ ରହିଥିବା ଟିକେଟରେ ପୁରୁଷ ଯାତ୍ରା କରିପାରିବେ । ନିଜ ପରିଜନଙ୍କ ବ୍ୟତିତ ଇଣ୍ଟରଭ୍ୟୁ ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହି ଟିକେଟ ଟ୍ରାନ୍ସଫର ବ୍ୟବସ୍ଥା ରହିଥିବା ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.