fbpx

ଶିଖର ଧୱନଙ୍କ DIVORCE; ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ଆୟେଶା

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ଓପନର ଶିଖର ଧୱନ ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଆଇପିଏଲର ବଳକା ମ୍ୟାଚ ଖେଳିବା ପାଇଁ ଶିଖର ଧୱନ ୟୁଏଇରେ ରହିଥିବା ବେଳେ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଘୋଷଣା କରିଛନ୍ତି ଶିଖରଙ୍କ ପତ୍ନୀ ଆୟେଶା ମୁଖାର୍ଜୀ । ଆୟେଶା ମୂଳତଃ ମେଲବୋର୍ଣ୍ଣର ବାସିନ୍ଦା । ଶିଖରଙ୍କ ସହିତ ଡିଭୋର୍ସ ନେଇ ଆୟେଶା ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ପୋଷ୍ଟ କରିଛନ୍ତି । ଦୀର୍ଘ ୯ ବର୍ଷର ବୈବାହିକ ସମ୍ପର୍କକୁ ଏହି ଦମ୍ପତ୍ତି ଛିନ୍ନ କରିଥିବା ଜଣା ପଡିଛି ।
ଡିଭୋର୍ସ ପରେ ମହିଳାଙ୍କୁ ସମାଜରେ କିଭଳି ଦେଖାଯାଏ ତାହା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଆୟେଶା । ମୋ ଜୀବନ ସହିତ କିଛି କରିବାର ପ୍ରୟାସରେ ମୁଁ ଦୁଇ ଦୁଇ ଥର ଫେଲ ହୋଇଛି ବୋଲି ଆୟେଶା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

 

View this post on Instagram

 

A post shared by Aesha Mukerji (@apwithaesha)

Get real time updates directly on you device, subscribe now.