fbpx

ଅଳଙ୍କାର, ସମ୍ପତ୍ତି କାଗଜପତ୍ର ଏବଂ ପେଟ୍ରୋଲ ବଦଳରେ କିଣନ୍ତୁ ଲେମ୍ବୁ, ଏକ ନିଆରା ଉପାୟ ମୂଲ୍ୟ ବୃଦ୍ଧିକୁ ବିରୋଧ

ଚଣ୍ଡିଗଡ଼: ଦେଶରେ ବର୍ତ୍ତମାନ ବିଭିନ୍ନ ପନି ପରିବାର ଦର ଆକାଶ ଛୁଆଁ ହୋଇଛି । ସାଧାରଣ ଲେମ୍ବୁର ଦର ମଧ୍ୟ ଲୋକଙ୍କ ପାଟିକୁ ଖଟା କରି ଦେଇଛି । ବର୍ତ୍ତମାନ ପଞ୍ଜାବର ଚଣ୍ଡିଗଡ଼ରେ ସମ୍ପତ୍ତିର କାଗଜପତ୍ର ବଦଳରେ ଲେମ୍ବୁ ମିଳୁଛି । ଏହି ଖବର ଶୁଣି ଲୋକଙ୍କୁ ସାମାନ୍ୟ ଝଟକା ଲାଗି ପାରେ । କିନ୍ତୁ ଏହା ସତ ଖବର ନୁହେଁ, ବଢୁଥିବା ଦରଦାମକୁ ନେଇ ପଞ୍ଜାବ ରାଜଧାନୀ ଚଣ୍ଡିଗଡ଼ରେ ଲୋକେ ଭୀନ୍ନ ଆନ୍ଦାଜରେ ବିରୋଧ ପ୍ରଦର୍ଶନ କରିଛନ୍ତି। ନନସେନ୍ସ କ୍ଲବ୍ ସମ୍ପତ୍ତି କାଗଜପତ୍ର ଏବଂ ପେଟ୍ରୋଲ ବଦଳରେ ଲେମ୍ବୁ ଦେବାର ଅଭିଯାନ ଚଲାଇଛନ୍ତି ।

ଏହି ପ୍ରଦର୍ଶନ କମେଡିଆନ୍ ଜସପାଲ ଭଟ୍ଟିଙ୍କ ନନ୍ ସେନ୍ସ କ୍ଲବ୍ ଆରମ୍ଭ କରିଛି । ଯେଉଁଠି ବିଭିନ୍ନ ଜିନିଷ ବଦଳରେ ଲେମ୍ବୁ ମିଳୁଛି । ବଢୁଥିବା ଲେମ୍ବୁର ଦରକୁ ନଜରରେ ରଖି ଜସପାଲ ଭଟ୍ଟି ଲେମ୍ବୁ ଏକ୍ସଚେଞ୍ଜ ଅଫର ଆରମ୍ଭ କରିଛନ୍ତି । ଏଠାରେ ଲୋକେ ନିଜର ସମ୍ପତ୍ତିର କାଗଜପତ୍ର ଦେଇ ଲେମ୍ବୁ କିଣିପାରିବେ ।

ଏହାପୁର୍ବରୁ ଲେମ୍ବୁର ବଢୁଥିବା ଦାମକୁ କମାଇବା ଲାଗି ବାରାଣାସୀରେ ଭଗତ ସିଂହ ଯୁବ ସଂଗଠନ ପକ୍ଷରୁ ଆଦିଶକ୍ତି ପୀଠରେ ପୂଜା କରି ଲେମ୍ବୁର ବଳି ଦିଆଯାଇଥିଲା । ଭଗତ ସିଂହ ଯୁବ ସଂଗଠନ ଫ୍ରଣ୍ଟ ଅଧ୍ୟକ୍ଷ ତନ୍ତ୍ର ପୂଜା କରିବା ସମୟରେ କହିଛନ୍ତି ଯେ ସରକାରଙ୍କର ନୀତି ଗୁଡ଼ିକ ଫେଲ୍ ହୋଇଯାଇଛି । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଫେଲ୍ ହୋଇଯାଇଛନ୍ତି । କେବଳ ଜନତା ଯାହା ହନ୍ତସନ୍ତ ହେଉଛନ୍ତି । ତେଣୁକରି ଆମେ ଏବେ ମାତାରାଣୀଙ୍କ ଶରଣରେ ଆସିଛୁ ବୋଲି ସେ କହିଛନ୍ତି ।

ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଲେମ୍ବୁର ବଳି ଦେବାର ୨ରୁୟ ୩ ଦିନ ମଧ୍ୟରେ ଲେମ୍ବୁର ଦରରେ ନିଶ୍ଚିତ ଭାବରେ ହ୍ରାସ ହେବ ।

Get real time updates directly on you device, subscribe now.