fbpx

ରାଶି ଅନୁସାରେ ଧନତେରାସରେ କିଣନ୍ତୁ ଏହି ଜିନିଷ: ବଦଳିଯିବ ଆପଣଙ୍କ ଭାଗ୍ୟ

ଧନତେରାସରେ ଘରକୁ କିଛି ଜିନିଷ କିଣିବା ଖୁବ ଶୁଭଙ୍କର ହୋଇଥାଏ । ସେଥିପାଇଁ ଅଧିକାଂଶ ଲୋକ ଏହିଦିନ ସୁନା-ରୂପା ଅଳଙ୍କାର ଇତ୍ୟାଦି ଘରକୁ ଆଣିବା ପାଇଁ ଏହି ଦିନକୁ ବାଛିଥାନ୍ତି । ଫଳରେ ଘରକୁ ସୁଖ-ଶାନ୍ତି, ସମୃଦ୍ଧି ଇତ୍ୟାଦି ଆସିପାରିବ । ତେବେ ଶାସ୍ତ୍ର ଅନୁସାରେ ଏହି ଦିନ ଭିନ୍ନ ରାଶିର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଜିନିଷ କିଣିବା ଶୁଭ ଫଳ ହେଉଥାଏ । ତେବେ ଆସନ୍ତୁ ଜାଣିବା ଧନତେରାସ ଦିନ କେଉଁ ରାଶିଙ୍କ ପାଇଁ କେଉଁ ଜିନିଷ ଅପେକ୍ଷା କରିଛି ।

ମେଷ: ଧନତେରାସରେ ସୁନା-ରୂପା ସହିତ ବାସନ ମଧ୍ୟ କିଣିବା ପାଇଁ ପରାମର୍ଶ ଦିଆଯାଇଥାଏ । ଧନତେରାସରେ ଏସବୁ କିଣିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ମେଷ ରାଶିର ବ୍ୟକ୍ତିମାନେ ରୂପା କିମ୍ବା ତମ୍ବାର ବାସନ ଏବଂ ଇଲେକ୍ଟ୍ରିକ ଜିନିଷ ଆଦି କିଣିପାରିବେ । ସେହିପରି ବୃଷ ରାଶିର ବ୍ୟକ୍ତିବିଶେଷରୂପା କିମ୍ବା ତମ୍ବାର ବାସନ ସହିତ ବସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ଘରକୁ ଆଣିପାରିବେ । ମିଥୁନ ରାଶିର ଲୋକଙ୍କ ପାଇଁ ସ୍ୱର୍ଣ୍ଣ ଆଭୂଷଣ, ଷ୍ଟିଲ ବାସନ କିମ୍ବା ନୀଳ ରଙ୍ଗର କୌଣସି ଘରୋଇ ଉପକରଣ କିଣିପାରିବେ ।

କିଛି ଲୋକ ଆଜି ଧନତେରାସ ପାଇଁ ଜିନିଷ କିଣୁଥିବା ବେଳେ ଆଉ କିଛି ଲୋକ ଆସନ୍ତାକାଲି ପାଇଁ ଅପେକ୍ଷା କରିଛନ୍ତି । ତେବେ ଉଭୟ ଦିନରେ ଘରକୁ ନୂଆ ଜିନିଷ କିଣିବା ଶୁଭ ବୋଲି ଧରାଯାଇଛି । କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ରୂପା ଆଭୂଷଣ ବା ପାଉଁଜି, ବାସନ, ଘରୋଇ ଇଳେକ୍ଟ୍ରୋନିକ୍ସ କିଣନ୍ତୁ । ସେହିପରି ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ କଳଶ, ବସ୍ତ୍ର, ସୁନା ଆଦି କିଣିବା ଶୁଭ ହୋଇଥଶଏ । କନ୍ୟା ରାଶିର ଲୋକମାନଙ୍କୁ ଗଣେଶ ମୂର୍ତ୍ତି, ସୁନା-ରୂପା ଆଭୂଷଣ କିମ୍ବା କଳସ ଆଦି କିଣିବା ଆବଶ୍ୟକ । ତୁଳା ରାଶିର ଲୋକମାନେ ଏହି ଦିନ ବସ୍ତ୍ର, ସୌନ୍ଦର୍ଯ୍ୟ ଉପକରଣ, ରୂପା-ତମ୍ବା ବାସନ କିଣିବା ଶୁଭ ବୋଲି ବିଶ୍ୱାସ ରହିଛି ।

ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ବିଛା ରାଶିର ବ୍ୟକ୍ତିଙ୍କୁ ଏହି ଦିନ ଇଲେକ୍ଟ୍ରୋନିକ ଆଇଟମ, ସୁନା ଅଳଙ୍କାର, ବାସନ କିମ୍ବା ମାଟିପାତ୍ର ଏବଂ ଧନୁ ରାଶିମାନଙ୍କୁ ଆଭୂଷଣ କିମ୍ବା ବାସନ କିଣିପାରିବେ । ଧନତେରାସରେ ବିଶେଷ କିଛି ଜିନିଷ କିଣିବା ଦ୍ୱାରା ମହାଲକ୍ଷ୍ମୀଙ୍କର କୃପା ହୁଏ ବୋଲି ବିଶ୍ୱାସ ରହିଛି । ମକର ରାଶିର ଲୋକ ଏହିଦିନ ବସ୍ତ୍ର, ଯାନବାହନ ଏବଂ ଆଭୂଷଣ ପରି ଜିନିଷ କିଣିପାରିବେ । ତେବେ ମୀନ ରାଶୀର ବ୍ୟକ୍ତିମାନେ ଆଭୂଷଣଳ ରୂପା ବା ପିତଳ ବାସନ ଏବଂ ଇଲେକ୍ଟ୍ରୋନିକ୍ସ ଜିନିଷ ଘରକୁ÷ ଆଣିପାରିବ ।

Get real time updates directly on you device, subscribe now.