fbpx

ଦିନକୁ ମାତ୍ର ୨୦ ମିନିଟ୍ ଚାଲିଲେ ଘଟିବ ଚମତ୍କାର! ୧ ମାସ ପରେ ଆପଣଙ୍କ ଶରୀରରେ ଦେଖିବାକୁ ମିଳିବ ୪ଟି ବଡ଼ ପରିବର୍ତ୍ତନ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଖାଦ୍ୟପେୟ ଓ ଜୀବନ ଧାରଣ ଶୈଳୀରେ ପରିବର୍ତ୍ତନ କାରଣରୁ ମଣିଷକୁ ନାନା ପ୍ରକାରର ରୋଗ ଗ୍ରାସ କରୁଛନ୍ତି । ତେଣୁ ବିଭିନ୍ନ ବୀମାରୀରୁ ରକ୍ଷା ପାଇବା ପାଇଁ ମଣିଷକୁ ନିୟମିତ ବ୍ୟବଧାନରେ ହଜାର ହଜାର ଟଙ୍କାର ମେଡିସିନ୍ କିଣିବାକୁ ପଡ଼ୁଛି । ତେଣୁ ଏକ ସୁସ୍ଥ ଓ ଖୁସିଭରା ଜୀବନ ବିତାଇବା ପାଇଁ ଆଜିକାଲି ସମସ୍ତେ ଚାହୁଁଛନ୍ତି । ତେବେ ଆପଣମାନେ ଯଦି ନିଜ ଜୀବନରେ କିଛି ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଥାନ୍ତି ତାହା ସମ୍ଭବ ହୋଇ ପାରିବ ।

ଆପଣମାନେ ଯଦି ନିୟମିତ ମାତ୍ର ୨୦ ମିନିଟ୍ ୧ ମାସ ପର୍ଯ୍ୟନ୍ତ ଚାଲିବା ଅଭ୍ୟାସ କରିବେ, ତେବେ ଦେଖିବେ ଏହାର ପ୍ରଭାବ ଆପଣଙ୍କର ଶରୀରରେ ଉପରେ ପଡ଼ିବ । ଏଥିସହିତ ଏହା ଆପଣଙ୍କୁ ଏତେ ଫାଇଦା ଦେବ ଯେ ଆପଣ ତାହା ବିଶ୍ୱାସ ବି କରିପାରିବେ ନାହିଁ । ଯେତେବେଳେ ଆପଣ ପାଦରେ ଚାଲନ୍ତି, ସେ ସମୟରେ ତା’ର ଭାଇବ୍ରେସର ପୂରା ଶରୀରରେ ଉପରେ ପଡ଼ିଥାଏ । ଏଥିସହିତ ଏହାଦ୍ୱାରା ଆପଣଙ୍କର ଶରୀର ଗରମ ହେବା ସହିତ ମେଟାବୋଲିକ ରେଟ୍ ମଧ୍ୟ ବଢ଼ିଯାଇଥାଏ ।

୧- ଆପଣମାନେ ଦୈନିକ ୨୦ ମିନିଟ୍ ପର୍ଯ୍ୟନ୍ତ ଚାଲିବା ଦ୍ୱାରା ତାହା ଷ୍ଟ୍ରେସକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଆପଣ ଚାଲିବା ସମୟରେ ତାହା ଆପଣଙ୍କ ଶିରାକୁ ଶାନ୍ତ କରିଥାଏ, ତାହାକୁ ଆପଣ ନିଜେ ଅନୁଭବ କରିପାରିବେ । ସେହି ସମୟରେ ଆପଣ ଚାପମୁକ୍ତ ଅନୁଭବ କରିବା ଫଳରେ ତାହା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

୨- ଏହି ଅଭ୍ୟାସ କରିବା ଫଳରେ ଆପଣଙ୍କୁ ସୁନିଦ୍ରା ଆସିଥାଏ । ଏହା ଶରୀରକୁ ଥକ୍କା କରିବାରେ ସହାୟକ ହେବା ସହ ହର୍ମୋନାଲ ବାଲାନ୍ସରେ ସହାୟକ ହୋଇଥାଏ । ଫଳରେ ଆପଣ ନିଦ୍ରାହୀନତା ରୋଗରୁ ରକ୍ଷା ପାଇ ପାରିବେ ।

୩- ୧ ମାସ ପର୍ଯ୍ୟନ୍ତ ଆପଣ ଏହି ଅଭ୍ୟାସ ଜାରି ରଖିବା ଫଳରେ ଆପଣଙ୍କର ଓଜନ ହ୍ରାସ ହେବ ଓ ଶରୀର ମେଣ୍ଟେନ୍ ରହିବ । ଫଳରେ ଶରୀରର ଅଲଗା ଅଲଗା ଅଙ୍ଗ ଯେପରିକି ଜଙ୍ଘ ଓ ବାହୁରେ ଫ୍ୟାଟ ଜମା ହେବ ନାହିଁ ।

୪- ଏଥିସହିତ ଏହି ସୁଅଭ୍ୟାସ ଦ୍ୱାରା ଆପଣଙ୍କର କେଶ ସୁନ୍ଦର ହେବା ସହିତ ସ୍କିନ୍ ମଧ୍ୟ ଗ୍ଲୋ କରିବ । ଚାଲିବା ସମୟରେ ଶରୀରର ରକ୍ତ ପ୍ରବାହ ଦ୍ରୁତ ହେବା ଫଳରେ ମୁଣ୍ଡରେ ଭଲରେକେଶ ବୃଦ୍ଧି ହୁଏ ଓ ସ୍କିନ ପୋର୍ସ ଖୋଲି ଯାଇଥାଏ । ସ୍କିନ ପର୍ଯ୍ୟନ୍ତ ଅମ୍ଲଜାନ ସହଜରେ ପହଞ୍ଚିବା ଫଳରେ ଚର୍ମ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଥାଏ ।

Get real time updates directly on you device, subscribe now.