ପ୍ରତି କ୍ଷେତ୍ରରେ ସଫଳ ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଗୁରୁବାରର ଏହି ଉପାୟ, ଜପନ୍ତୁ ଏହି ମନ୍ତ୍ର
ସୁଖୀ ଜୀବନ ପାଇବା ପାଇଁ ଗୁରୁବାରର ଏହି ଉପାୟ କରନ୍ତୁ
ଓଡ଼ିଶା ଭାସ୍କର: ସମସ୍ତେ ଏକ ସୁଖୀ ଜୀବନ ଚାହାଁନ୍ତି। ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ମନୋସ୍କାମନା ପୂର୍ଣ୍ଣ ପାଇଁ ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କୁ ପୂଜା କରିବା ଖୁବ ଶୁଭ।
ଆଜି ଦିନ ଜଡ଼ିତ କିଛି ଉପାୟ କରିବା ଦ୍ୱାରା କୁଣ୍ଡଳୀରେ ଚାଲୁଥିବା ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଏଥିସହ ପ୍ରଗତି ଦିଗରେ ଆସୁଥିବା ସମସ୍ୟା ମଧ୍ୟ ଦୂର ହୋଇଯାଏ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ..
କେସର ଖିରି: ଗୁରୁବାର ଦିନ ଚାଉଳର ଖିରି କରି ଏଥିରେ କେସର ପକାଇ ଦିଅନ୍ତୁ। ଏହାପରେ ଭଗବାନ ବିଷ୍ଣୁଙ୍କୁ ଖିରିର ଭୋଗ ଲଗାଇ ନିଜେ ସେବନ କରନ୍ତୁ। ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।
କଦଳୀ ଗଛର ପରିକ୍ରମା: ଗୁରୁବାର ଦିନ କଦଳୀ ଗଛ ପୂଜା କରିବାର ବିଧି ରହିଛି। ଯଦି କ୍ୟାରିୟରରେ ସଫଳ ହେବାକୁ ଚାହୁଁଛନ୍ତି, ତେବେ ଏହି ଦିନ କଦଳୀ ଗଛର ପରିକ୍ରମା କରିବା ଖୁବ ଶୁଭ ହୋଇଥାଏ। ୭ଥର ଏହି ଗଛ ଚାରିପାଖରେ ପରିକ୍ରମା କରିବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଯାଏ।
ଯଦି କୌଣସି ବ୍ୟକ୍ତି ନିଜ ଚାକିରିରେ ଖୁବଶୀଘ୍ର ପ୍ରମୋଶନ ପାଇବାକୁ ଚାହୁଁଛନ୍ତି, ତେବେ କେସର, ହଳଦୀ ଚନ୍ଦନ ବା ହଳଦୀର ଦାନ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ବ୍ୟକ୍ତିକୁ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ।
ଏହି ମନ୍ତ୍ର ଜପ କରନ୍ତୁ:
ଓଁ ବୃଂ ବୁହସ୍ପତୟେ ନମଃ
ଓଁ ହ୍ରିଂ ନମଃ
ଓଁ ହାଂ ଆଂ କ୍ଷୟୋଂ ସଃ
ଓଁ ବିନିୟୋଗାୟ ନମଃ
ଓଈ ଅଂଶଗିରସାୟ ବିଦ୍ମହେ ଦିବ୍ୟଦେହାୟ ଧୀମହୀ ତନ୍ନୋ ଜୀବଃ ପ୍ରଚୋଦୟାତ୍।