ଏମିତି କଲେ ପିଏମ୍ କିଷାନ ଯୋଜନାରୁ ଉଡ଼ିଯିବ ନାଁ, ମୁଣ୍ଡରେ ହାତ ଦେଇ ବସିବେ ଚାଷୀ
ଦେଶର ୫୦% କୃଷକ ପିଏମ୍ କିଷାନ ଯୋଜନାରେ ନାମ ପଞ୍ଜିକରଣ କରିଛନ୍ତି । ଚାଷୀଙ୍କ ପାଇଁ ଲାଭକାରୀ ହେଉଛି ଏହି ଯୋଜନା ।
ଓଡ଼ିଶା ଭାସ୍କର: ଭାରତ ସରକାର ଦେଶର କୃଷକଙ୍କ ବେଶୀ ଧ୍ୟାନ ରଖନ୍ତି । ଦେଶର ମୋଟ ଜନସଂଖ୍ୟାରୁ ୫୦% ଲୋକ କୃଷି ଉପରେ ନିର୍ଭର କରନ୍ତି । ସେମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନାମାନ ତିଆରି କରିଛନ୍ତି । ଯେଉଁଥିରେ ପିଏମ୍ କିଷାନ ଯୋଜନା ଗୋଟିଏ ।
ଏହି ଯୋଜନା ଅଧିନରେ ଭାରତ ସରକାର ପ୍ରତିବର୍ଷ କୋଟି କୋଟି କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କା ପଠାନ୍ତି । ୧୩ କୋଟିରୁ ଅଧିକ କୃଷକ ଏହି ଯୋଜନା ସହ ଯୋଡ଼ି ହୋଇଥିବାବେଳେ ୧୮ରୁ ଅଧିକ କିସ୍ତିରେ କୃଷକଙ୍କ ଖାତାକୁ ଟଙ୍କା ପଠା ସରିଛି।
ଭୁଲ ନକରିବା ପାଇଁ କରନ୍ତୁ ଚେଷ୍ଟା: ଯୋଜନାରେ ଲାଭବାନ ହେଉଥିବ ଏବଂ ହେବାକୁ ଥିବା କୃଷକମାନଙ୍କୁ ଏହି ୩ଟି କଥା ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଲ । ସେଗୁଡ଼ିକ ହେଲା, ଚାଷୀଙ୍କୁ ପ୍ରଥମେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି କରିବାକୁ ପଡ଼ିବ । ଅର୍ଥାତ୍ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅନ୍ କରିବାକୁ ପଡ଼ିବ । ଏହା ଜରିଆରେ ସରକାର କୃଷକଙ୍କୁ ଟଙ୍କା ପଠାନ୍ତି ।
ଏ ନେଇ ଆବେଦନ କରାଯାଉଥିବା ଫର୍ମରେ ନିଜ ବିଷୟରେ ସଠିକ୍ ତଥ୍ୟ ଦେବା ଆବଶ୍ୟକ । ଭୁଲ୍ ତଥ୍ୟ ଦେବା ଦ୍ୱାରା ଯୋଜନାରୁ ନାଁ କଟିଯିବ ।
ଇ-କେୱାଇସି କରିବା ଜରୁରୀ । ନଚେତ୍ ପିଏମ୍ କିଷାନ ଯୋଜନାରୁ ନାମ କଟିଯିବାର ଶତପ୍ରତିଶତ ସମ୍ଭାବନା ରହିଛି । ଉପରୋକ୍ତ ୩ଯିଯାକ କଥାକୁ ଧ୍ୟାନ ଦେଇ କରିବା ଦ୍ୱାରା ଆପଣ ପିଏମ୍ କିଷାନ ଯୋଜନାର ଭରପୁର ଲାଭ ଉଠାଇ ପାରିବେ ।