fbpx

ଅଧିନାୟକ ପଦକୁ ବାଏ ବାଏ… ଦଳର ନେତୃତ୍ୱ ନେବ କିଏ? ଏହି ଖେଳାଳିଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମର ଅଦିନାୟକ ବାବର ଆଜମ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସୀମିତ ଓଭର କ୍ରିକେଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନେତୃତ୍ୱ ଛାଡ଼ିବା ପାଇଁ ଘୋଷଣା କରିଛନ୍ତି ବାବର ଆଜମ୍ । ତେବେ ଏହାପରେ ଦଳର ମଙ୍ଗ କିଏ ସମ୍ଭାଳିବେ ସେ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଆଗକୁ ପାକିସ୍ତାନ ଦଳ ଅନେକ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଜଣେ ଭଲ ଅଧିନାୟକ ଝେୁଛି ବୋର୍ଡ ।

ରିପୋର୍ଟ ଅନୁସାରେ, ବାବରଙ୍କ ପରେ ଷ୍ଟାର କ୍ରିକେଟର ମହମ୍ମଦ ରିଜୱାନ ପାକ୍ ଦଳର ନେତୃତ୍ୱ ନେଇପାରନ୍ତି । ଦୀର୍ଘ ସମୟରୁ ରିଜୱାନ ଦଳରେ ସାମିଲ ରହିଥିବା ବେଳେ ବାବରଙ୍କ ନେତୃତ୍ୱରେ ସେ ଦଳକୁ ସମ୍ଭାଳିବା ପାଇଁ ଯୋଗ୍ୟ ବୋଲି ଦର୍ଶାଇଛନ୍ତି । ତେଣୁ ରିଜୱାନ ବର୍ତ୍ତମାନ ସମୟରେ ପାକିସ୍ତାନ ପାଇଁ ସର୍ବଶ୍ରେଷ୍ଠ ବିକଳ୍ପ ହୋଇପାରନ୍ତି । ଗତ ଥର ବାବର ପାକିସ୍ତାନର ନେତୃତ୍ୱ ଛାଡ଼ିବା ସମୟରେ ଶାହୀନ ଆଫ୍ରିଦିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । କିନ୍ତୁ ଶାହୀନ ଏହି ଦାୟିତ୍ୱ ସୂଚାରୁ ରୂପେ ତୁଲାଇବାରେ ବିଫଳ ହୋଇଥିଲେ ଏବଂ ପାକିସ୍ତାନ ଦଳ ବିଭିନ୍ନ ସିରିଜରେ ପରାସ୍ତ ହୋଇଥିଲା । ଏହାପରେ ବୋର୍ଡ ପୁଣିଥରେ ବାବରଙ୍କୁ ନେତୃତ୍ୱ ହସ୍ତାନ୍ତର କରିଥିଲା । କିନ୍ତୁ ବର୍ତ୍ତମାନ ବାବର ପୁଣିଥରେ ଅଧିନାୟକ ପଦରୁ ବିଦାୟ ନେଇଥିବା ବେଳେ ତାଙ୍କର ଉଚିତ ବିକଳ୍ପ ଖୋଜୁଛି ପାକିସ୍ତାନ ।

ରିଜୱାନ୍ ବର୍ତ୍ତମାନ ସୁଦ୍ଧା ୭୪ଟି ଦିନିକିଆ ମ୍ୟାଚ୍ ଖେଳି ସାରିଥିବା ବେଳେ ୪୦ ହାରରେ ୨,୦୮୮ ରନ୍ ସଂଗ୍ରହ କରି ସାରିଛନ୍ତି । ସେହିପରି  ଟି-୨୦ କ୍ୟାରିୟରରେ ରିଜୱାନ୍ ୧୦୨ ମ୍ୟାଚରୁ ୪୯ ହାରରେ ୩,୩୧୩ ରନ୍ କରିବାରେ ସଫଳ ହୋଇଛନ୍ତି । ଏହାବ୍ୟତୀତ ବିଭିନ୍ନ ଲିଗ୍ କ୍ରିକେଟରେ ରିଜୱାନ୍ ଦଳର ନେତୃତ୍ୱ ନେଇ ସାରିଛନ୍ତି । ଅଧିନାୟକ ଭାବରେ ତାଙ୍କର ଅଭିଜ୍ଞତା ରହିଛି । ତେଣୁ ଆଗାମୀ ଦିନରେ ପାକିସ୍ତାନ ରିଜୱାନଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ଭାବରେ ଘୋଷଣା କରିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.