fbpx

(Video) Englishକୁ ବାଏ ବାଏ… ଏଥର ଓଡ଼ିଆରେ ପଢାଯିବ MBBS ପାଠ: ନ ମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Advertisement

ଓଡ଼ିଶା ଭାସ୍କର: ଓଡ଼ିଶାରେ ନୂଆ ସରକାର ନେଉଛନ୍ତି ନୂଆ ଏବଂ ଐତିହାସିକ ନିଷ୍ପତ୍ତି । ଓଡ଼ିଆ ଭାଷା ଉପରେ ରହିଛି ଫୋକସ୍ । ଓଡ଼ିଆ ଅସ୍ମିତାକୁ ଏବଂ ଓଡ଼ିଆ ଭାଷାକୁ ସମ୍ମାନ ଦେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ମୋହନ ସରକାର । ତେଣୁ ସରକାରୀ ଅଫିସରେ ଓଡ଼ିଆ ଭାଷାର ମୂଲ୍ୟବୋଧ ବୁଝାଇବା ପରେ ଏବେ ଡାକ୍ତରୀ ପାଠପଢାରେ ମଧ୍ୟ ଓଡ଼ିଆ ଭାଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଣିକି ଏମବିବିଏସ ପାଠ ମଧ୍ୟ ଓଡ଼ିଆ ଭାଷାରେ ପଢାଯିବ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

MBBS ପାଠରୁ ବହିରୁ ଗାଏବ ହୋଇଯିବ ଇଂରାଜୀ ଅକ୍ଷର ।  ଏଥର ଓଡ଼ିଆରେ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ ମେଡିକାଲ ପାଠ । କ୍ଷମତାକୁ ଆସିବା ପରେ ଓଡିଶାର ତଥା ଓଡ଼ିଆ ଭାଷାର ବିକାଶ ଅଭିମୁଖେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୋହନ ସରାକର । ନୂଆ ସରକାର ବଡ଼ ବଡ଼ ନିଷ୍ପତି ନେଉଛନ୍ତି । ଯାହା ୨୪ ବର୍ଷରେ ହୋଇନଥିଲା ତାହା ୫ ବର୍ଷରେ ହେବ ବୋଲି ମୋହନ ସରକାର ଲାଗିପଡିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଲୋକସେବାରେ ପହଂଚି ମୁଣ୍ଡିଆ ମାରି ପ୍ରବେଶ କରିଥିଲେ । କାଯ୍ୟଭାର ସମ୍ଭାଳୁ ସମ୍ଭାଳୁ ବଡ଼ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥର ସବୁ କାର୍ଯ୍ୟ ଓଡିଆରେ ହେବ । ସରକାରୀର ସବୁ କାର୍ଯ୍ୟ ଓଡିଆରେ କରାଯିବ ବୋଲି ନିଷ୍ପତି ନେଇଥିଲେ । ଏଭଳି ନିଷ୍ପତି ନେବାର କିଛି ଘଣ୍ଟା ବିତିଥିବା ବେଳେ ଏବେ ଆସିଲା ଏକ ବଡ଼ ଖବର । ଏଥର ଇଂରାଜୀରେ ପାଠ ପଢ଼ିବେନି ମେଡିକାଲ ଛାତ୍ରଛାତ୍ରୀ । ଓଡିଆରେ ପାଠ ପଢ଼ିବେ MBBS ଛାତ୍ରଛାତ୍ରୀ ।

ଏଥର ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ । ଏମବିବିଏସ ପାଠ୍ୟକ୍ରମ ପାଇଁ ଉପଲବ୍ଧ ବହିକୁ ଓଡ଼ିଆରେ ଅନୁବାଦ କରାଯିବ । କେଉଁ କେଉଁ ବହିରୁ ଅନୁବାଦ କରାଯିବ ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୨୨ ଜଣିଆ କମିଟି ଗଠନ କରାଯାଇଛି । ଆସନ୍ତା ୧୫ ଦିନ ଭିତରେ ଏହି କମିଟି, ବିଭାଗକୁ ଆବଶ୍ୟକ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ମାନସ ରଂଜନ ସାହୁ । କେତେ ପରିମାଣର ବହି ଅନୁବାଦ ହେବ ଓ ଧାର୍ୟ୍ୟ ସମୟରେ କିଭଳି କାର୍ୟ୍ୟ ସରିବ ଏହି କମିଟି ତାହାର ଅନୁଧ୍ୟାନ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.