fbpx

୭ଟି ରାଜ୍ୟରେ ଉପନିର୍ବାଚନ ଗଣନା ଜାରି, ଜାଣନ୍ତୁ ଅପଡେଟ୍

ନୂଆଦିଲ୍ଲୀ: ଜୁଲାଇ ୧୦ରେ ୭ଟି ରାଜ୍ୟ ଯଥା ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ୧୩ଟି ଆସନ ପାଇଁ ଆଜି ନିର୍ବାଚନ ଫଳାଫଳ ଘୋଷଣା ହେବ । ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇସାରିଛି । କହିରଖୁଛୁ ଚଳିତ ବର୍ଷ ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ଉପ ନିର୍ବାଚନ ଥିଲା ଯେଉଁଥିରେ NDA ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।

ପଶ୍ଚିମବଙ୍ଗର (ରାୟଗଞ୍ଜ୍‌, ରାନାଘାଟ ଦକ୍ଷିଣ, ବାଗଦା ଏବଂ ମାନିକତଲା), ଉତ୍ତରାଖଣ୍ଡର(ବଦ୍ରୀନାଥ ଏବଂ ମଙ୍ଗଲୌର), ପଞ୍ଜାବର(ଜାଲନ୍ଧର ପଶ୍ଚିମ), ହିମାଚଳ ପ୍ରଦେଶର(ଦେହରା, ହମିରପୁର ଏବଂ ନାଲାଗଢ଼), ବିହାରର(ରୁପୌଲି), ତାମିଲନାଡୁର(ବିକ୍ରୱଣ୍ଡି) ଏବଂ ମଧ୍ୟପ୍ରଦେଶର ଅମରାୱାଡ଼ା ବିଧାନସଭା ଆସନ ପାଇଁ ଜୁଲାଇ ୧୦ରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଧାୟକଙ୍କ ନିଧନ କିମ୍ବା ଇସ୍ତଫା କାରଣରୁ ବିଦ୍ୟମାନ ବିଧାନସଭା ଆସନ ଖାଲି ଥିବାରୁ ଏହି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସକାଳ ୯ଟା ସୁଦ୍ଧା ପଶ୍ଚିମବଙ୍ଗର ବାଗଦା ଆସନରେ(୬୫.୧୫), ରାୟଗଞ୍ଜ ଆସନରେ(୬୭.୧୨), ମାନିକତଲା ଆସନ(୫୧.୩୯) ଏବଂ ରାନାଘାଟ ଦକ୍ଷିଣ ଆସନରେ(୬୫.୩୭) ପ୍ରତିଶତ ଭୋଟ୍  ହୋଇଛି । ବିହାରର ରୁପୌଲିରେ ୫୧.୧୪ ପ୍ରତିଶତ ଭୋଟ୍ ହୋଇଛି । ହିମାଚଳ ପ୍ରଦେଶର ହମିରପୁର ଆସନରେ(୬୫.୭୮), ନାଲାଗଢ଼ ଆସନରେ(୭୫.୨୨), ଦେହରା ଆସନରେ(୬୩.୮୯), ପଞ୍ଜାବର ଜାଲନ୍ଧରରେ(୫୧.୩୦) ପ୍ରତିଶତ ଭୋଟ୍ ହୋଇଥିଲା । ଏଠାରେ ଉପନିର୍ବାଚନରେ ମୋଟ୍ ୧୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ସେହିପରି ତାଲିମନାଡ଼ୁରେ ବିକ୍ରୱଣ୍ଡି ଆସନରେ(୭୭.୭୩), ଉତ୍ତରାଖଣ୍ଡର ବଦ୍ରୀନାଥରେ(୪୭.୬୮), ମଙ୍ଗଲୌରରେ(୬୭.୨୮) ପ୍ରତିଶତ ଭୋଟ୍  ହୋଇଛି ।

ପଶ୍ଚିମବଙ୍ଗରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । କଂଗ୍ରେସ ଅଧୀନରେ ମାନିକତଲା ଆସନ ଥିବା ବେଳେ ବିଜେପି ପାଖରେ ରହିଛି ରାୟଗଞ୍ଜ୍‌, ରାନାଘାଟ ଦକ୍ଷିଣ, ବାଗଦା ଆସନ । ହିମାଚଳ ପ୍ରଦେଶରୋ ଭେଟେରାନ ଏବଂ ନୂଆ ଚେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ସେଥିମଧ୍ୟରୁ କମଲେଶ ଠାକୁର, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ, ଦେହରା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ମଙ୍ଗଲୌରରେ କଂଗ୍ରେସ, ବିଏସପି ଏବଂ ବିଜେପି ମଧ୍ୟରେ ତ୍ରୀସ୍ତରୀୟ ଲଢ଼େଇ ଦେଖିବାକୁ ମିଳିଛି । ଜାଲନ୍ଧର ପଶ୍ଚିମରେ ଆପ୍ ନେତା ତଥା ପଞ୍ଜାବ ସିଏମ୍ ଭଗୱନ୍ତ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିହାରର ରୁପୌଲି ଆସନ ଜେଡି(ୟୁ) ଏମଏଲଏ ବିମା ଭାରତୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା । ସେ ଆରଜେଡି ଟିକେଟରେ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିଥିଲେ । ତାମିଲନାଡ଼ୁର ବିକ୍ରୱଣ୍ଡିରୁ ଡିଏମକେ ପ୍ରାର୍ଥୀ PMKର ଅନବୁମନୀ ଏବଂ NTKର ଅଭିନୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଡିଏମକେ legislator N. Pughazhendhiଙ୍କ ପରେ ଏହି ଆସନ ଖାଲି ପଡ଼ିଥିଲା । ମଧ୍ୟପ୍ରଦେଶରେ ଅମରାୱାଡ଼ା ଆସନ ହେଉଛି ଅନୁସୂଚିତ ଜନଜାତି ସଂରକ୍ଷିତ ଆସନ । ଏହି ଆସନରୁ କଂଗ୍ରେସ ବିଧାୟକ କମଲେଶ ଶହ ବିଜେପିରେ ସାମିଲ ହେବା ପରେ ଧୀରନ ଶାହ ଇନବତୀ(କଂଗ୍ରେସ) ଏବଂ ଏଏଚର ଦେବରମନ ଭଲୱିଙ୍କ ମଧ୍ୟର କଡ଼ା ଟକ୍କର ଦେଖିବାକୁ ମିଳିଥିଲା । କହିରଖୁଛୁ ଚଳିତ ବର୍ଷ ଲୋକସଭା ନିର୍ବାଚନ ପରେ ଏହା ହେଉଛି ପ୍ରଥମ ପ୍ରମୁଖ ଉପ ନିର୍ବାଚନ । ଚଳିତ ଲୋକସଭା ନିର୍ବାଚନରେ ବିଜେପି ୨୪୦ ଏବଂ ଇଣ୍ଡିଆ ମେଣ୍ଟ ୨୩୨ ଏବଂ ଏନଡିଏ ମୋଟ୍ ୨୯୩ ଆସନ ହାତେଇଥିଲା ।

 

 

Get real time updates directly on you device, subscribe now.