fbpx

୨୨ ଚାପୁଡ଼ା ଖାଇଥିବା କ୍ୟାବ୍ ଡ୍ରାଇଭର କଲେ ରାଜନୀତିରେ ଏଣ୍ଟ୍ରି , ପୁରୁଷଙ୍କ ପାଇଁ ଲଢ଼ିବେ

ଲଖନଉ: ଲଖନଉରେ ଥାପଡ଼୍ ଗାର୍ଲ ପ୍ରିୟଦର୍ଶିନୀ ଯାଦବଙ୍କ ଠାରୁ ୨୨ ଚାପୁଡ଼ା ଖାଇବା ପରେ ଚର୍ଚ୍ଚାର ବିଷୟ ପାଲଟିଥିବା କ୍ୟାବ୍ ଡ୍ୟାଇଭର ସଆଦତ ଅଲି ରାଜନୀତିରେ ଏଣ୍ଟ୍ରି କରୁଛନ୍ତି । ପୁରୁଷଙ୍କ ସ୍ୱର ଉତ୍ତୋଳନ କରିବା ପାଇଁ ସଆଦତ ଅଲ୍ଲୀ ଶିବପାଲ ସିଂ ଯାଦବଙ୍କ ପାଟି ପ୍ରଗତିଶେଲ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି ।

ରାଜନୀତିରେ ଏଣ୍ଟ୍ରି କରିବା ପ୍ରଶ୍ନରେ କ୍ୟାବ ଡ୍ରାଇଭର ସଆଦତ ଅଲି କହିଛନ୍ତି ଯେ, ଦେଶରେ ମହିଳାଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିବା ପୁରୁଷଙ୍କ ପାଇଁ ସେ ଠିଆ ହୋଇ କାମ କରିବାକୁ ଚାହୁଁଛନ୍ତି । କେବଳ ଏତିକି ନୁହେଁ, ସଆଦତ ଅଲି ବର୍ତ୍ତମାନ ସାରା ଦେଶରେ କ୍ୟାବ ଡ୍ରାଇଭରଙ୍କ ସହ ଛିଡା ହୋଇଛନ୍ତି ଓ କହିଛନ୍ତି ଯେ, ସେ ବର୍ତ୍ତମାନ ପୁରୁଷଙ୍କ ସ୍ୱର ହୋଇ ଠିଆ ହେବେ ।

କ୍ୟାବ ଡ୍ରାଇଭର ସଆଦତ ଅଲିଙ୍କ ଓକିଲଙ୍କ କହିବା ମୁତାବକ, ଆମକୁ ଏପର୍ଯ୍ୟନ୍ତ ସୁଦ୍ଧା ନ୍ୟାୟ ମିଳିପାରି ନାହିଁ । ଏଥିପାଇଁ ସଆଦିତ ରାଜନିତୀରେ ଏଣ୍ଟ୍ରି କରୁଛନ୍ତି । ତେବେ ଚଳିତବର୍ଷ ଜୁଲାଇ ୩୦ରେ ଲଖନଉର ବାରାବୀର ଛକଠାରେ କ୍ୟାବ୍ ଡ୍ୟାଇଭର ସଆଦିତଙ୍କୁ ପ୍ରିୟଦର୍ଶିନୀ ୨୨ ଚାପୁଡ଼ା ମାରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.