fbpx

ଅଟଳ ଭୂ-ଜଳ ଯୋଜନା ପାଇଁ ୬୦୦୦ କୋଟିକୁ କେନ୍ଦ୍ରର ମଞ୍ଜୁରି

ନୂଆଦିଲ୍ଲୀ,୨୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ଶେଷ ହୋଇଛି । କୃଷକମାନଙ୍କ ଆମଦାନୀ ବଢାଇବା ପାଇଁ ଅଟଳ ଭୂଜଳ ଯୋଗାଣକୁ ମଞ୍ଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ୍ । ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଆସନ୍ତାକାଲି ଏହି ମହତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରାଯିବ । ଏଥିପାଇଁ କେନ୍ଦ୍ର ସରକାର ୬,୦୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି ।

ତେବେ ୭ଟି ରାଜ୍ୟ ଏହି ଅଟଳ ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନାରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ରାଜସ୍ଥାନ ସାମିଲ ରହିଛି । କୃଷକମାନଙ୍କର ଆୟକୁ ଦୁଇଗୁଣ ବଢାଇବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୮,୩୫୦ ଗାଁ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ।

Get real time updates directly on you device, subscribe now.