fbpx

Cadbury Chocolate ରେ ମିଶୁଛି ଗୋମାଂସ! ବିଜ୍ଞାପନ ଜରିଆରେ ମୋଦିଙ୍କୁ ବଦନାମ କରିବା ନେଇ ଚର୍ଚ୍ଚା

ବିିବାଦ ଘେରରେ ପଡିଲା ପୁଣି ଏକ ଚକଲେଟ୍ କମ୍ପାନୀ । ବହୁ ଲୋକପ୍ରିୟ କ୍ୟାଡବରୀ କମ୍ପାନୀ ଉପରେ ଆସିଲା ସଂଘାତିକ ଅଭିଯୋଗ । ସୋସିଆଲ ମିଡିଆରେ କ୍ୟାଡବରୀ କମ୍ପାନୀ ବିରୁଦ୍ଧରେ ଏବେ ଆରମ୍ଭ ହୋଇଯାଇଛି ବିବାଦ ପ୍ରତିବାଦ । ଏହି କମ୍ପାନୀର ସମସ୍ତ ଉତ୍ପାଦକୁ ନେଇ କରାଯାଉଛି ଧର୍ମୀୟ ବିରୋଧ । ଏବେ ସାରା ସୋସିଆଲ ମିଡିଆ ଟ୍ୱିଟରରେ #BoycottCadbury ଟ୍ରେଣ୍ଡ କରୁଛି । କମ୍ପାନୀ ତାର ସମସ୍ତ ଚକଲେଟ ଏବଂ ଅନ୍ୟାନ୍ୟ ଉତ୍ପାଦରେ ଗୋମାଂସ ମିଶାଉଥିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଏହାପରେ କମ୍ପାନୀ ତରଫରୁ ଦିଆଯାଇଥିବା ଏକ ଟ୍ୱିଟର ପୋଷ୍ଟରର ସ୍କ୍ରିନସଟ ଏବେ ଖୁବ ଭାଇରାଲ ହେଉଛି ।

କ୍ୟାଡବରୀ ପ୍ରଡକ୍ଟରେ ଗୋମାଂସରୁ ପ୍ରସ୍ତୁତ ହେଉଥିବା ହାଲାଲ ସାର୍ଟିଫାଏଡ୍ ଜିଲୋଟିନ ବ୍ୟବହାର ହେଉଛି । ଏହି ପୋଷ୍ଟଟି କ୍ୟାଡବରୀ ତରଫରୁ କରାଯାଇଥିବା ପ୍ରମାଣ ଦେବାକୁ ଅନେକ ଲୋକ କିଛି ପୋଷ୍ଟର ସ୍କ୍ରିନସଟ୍ ସେୟାର କରିଛନ୍ତି । କମ୍ପାନୀ ତାର ଉତ୍ପାଦରେ ଗୋମାଂସ ମିଶାଉଥିବା ନେଇ ଏବେ ଟ୍ୱିଟରରେ ୟୁଜର୍ସ ଦାବି କରିଛନ୍ତି । ଏହାସହିତ ଦିପାବଳୀ ଅବସରରେ ପ୍ରସ୍ତୁତ କରାଯାଇଥିବା ଏକ ବିଜ୍ଞାପନକୁୁ ନେଇ ମଧ୍ୟ ଆଲୋଚନାର ଶିକାର ହୋଇଛି କମ୍ପାନୀ । କ୍ୟାଡବରୀ କମ୍ପାନୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏଭଳି କିଛି ବିଜ୍ଞାପନ ତିଆରି କରିଛି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଗୋମାଂସ ମିଶାଉଥିବା ଅଭିଯୋଗକୁ ନେଇ କ୍ୟାଡବରୀ ତରଫରୁ ଏକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି । କିନ୍ତୁ ଏହା ପ୍ରକୃତରେ ଯେ, କମ୍ପାନୀ ତରଫରୁ କରାଯାଇଛି ନା ନାହିଁ ସେ ନେଇ ସ୍ପଷ୍ଟ ହୋଇ ପାରିନାହିଁ ।

ଭାଇରାଲ ପୋଷ୍ଟ ପରେ କ୍ୟାଡବରୀ ପକ୍ଷରୁ ସ୍ପଷ୍ଟିକରଣ ଜାରି କରାଯାଇଛି । କମ୍ପାନୀ କହିଛି ଯେ, ଏଭଳି ନକରାତ୍ମକ ପୋଷ୍ଟ ଦ୍ୱାରା କମ୍ପାନୀର ସମ୍ମାନ ହାନୀ ହେବା ସହ ବ୍ରାଣ୍ଡ ଉପରୁ ଉପଭୋକ୍ତଙ୍କ ବିଶ୍ୱାସ ତୁଟିଯାଏ । ତେଣୁ ଉପଭୋକ୍ତାଙ୍କୁ ଏଭିଳି ଖବର ସେୟାର କରିବା ପୂର୍ବରୁ ଉତ୍ପାଦ ବିଷୟରେ ସମସ୍ତ ସତ୍ୟାସତ୍ୟ ଜାଣି ରଖିବା ଉଚିତ ବୋଲି କହିଛି କମ୍ପାନୀ । ଚଳିତ ବର୍ଷ ମଧ୍ୟ ଦୀପାବଳି ଅବସରରେ ରିଲିଜ କରିଥିବା ବିଜ୍ଞାପନ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି । ଡକ୍ଟର ପ୍ରାଚୀ ସାଧୱି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କ୍ୟାଡବରୀର ଦୀପାବଳି ବିଜ୍ଞାପନ ସେୟାର କରିଛନ୍ତି । ଏଥିରେ ସେ, ଦାବି କରିଛନ୍ତି ଯେ, କମ୍ପାନୀ ତାର ବିଜ୍ଞାପନରେ ଜଣେ ଦୀପ ବିକାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତା ଦାମୋଦର ଦାସ ମୁଲଚନ୍ଦ ମୋଦି ଭାବେ ଦର୍ଶାଇଛି । ଆଉ ତାଙ୍କୁ ଅଳ୍ପ ଆଲୁଅରେ ରଖାଯାଇଛି । ତେବେ ବିଜ୍ଞାପନର ଦୀପ ବିକାଳିଙ୍କ ନାମ ଦାମୋଦର ଥିବାରୁ ପ୍ରାଚୀ ଏପରି କହିଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.