fbpx

Breaking: CAF କ୍ୟାମ୍ପରେ ହେଡ କନେଷ୍ଟବଳ କଲେ ଫାୟରିଙ୍ଗ, ୩୦ ରାଉଣ୍ଡ ଚଳାଇଲେ ଗୁଳି, ଠିକ୍ ସମୟରେ ପହଁଚିଲେ ଅଫିସର

ରାୟପୁର: ଛତିଶଗଡର କାନକରରେ ଜଣେ ହେଡ କନଷ୍ଟେବଳ ସୋମବାର ଦିନ CAF କ୍ୟାମ୍ପରେ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ, ଯବାନ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଛନ୍ତି। ସେ ବାୟୁରେ ଗୁଳି ଚଳାଇଛନ୍ତି। ତେବେ ଏ ବିଷୟରେ ଅଧିକ ସୂଚନା ପ୍ରକାଶ ପାଇନାହିଁ। ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ଦୁର୍ଗୁକୋଣ୍ଡାଲ ପୋଲିସ ଷ୍ଟେସନ ପରିସରର କର୍ଲାପାଲରେ ଅବସ୍ଥିତ CAF କ୍ୟାମ୍ପରୁ ଏହି ଘଟଣା ଜଣାଯାଇଛି। ଘଟଣା ନିଶ୍ଚିତ ହୋଇଛି ବୋଲି ଏସପି ଦିବ୍ୟାଙ୍ଗ ପଟେଲ କହିଛନ୍ତି। ସେ କହିଛନ୍ତି ଯେ, ସେମାନେ ଫାୟାରିଂ ମାମଲାର ଯାଞ୍ଚ କରୁଛନ୍ତି। ବର୍ତ୍ତମାନ କେବଳ ଗୁଳି ବିନିମୟ ବିଷୟରେ ପ୍ରାରମ୍ଭିକ ସୂଚନା ସାମ୍ନାକୁ ଆସିଛି।

Get real time updates directly on you device, subscribe now.