fbpx
BSKY
BJD MC SKY
BJD YOUTH SKY

ଝିଅ ଭାବି ୨ ହଜାର ଟଙ୍କାରେ ଡାକିଥିଲେ, କିନ୍ତୁ…ଗ୍ରାହକ କଲେ ଏମିତି କାରନାମା

ଇନ୍ଦୋର: ଇନ୍ଦୋରର ଖଜରାନା ଥାନା ଅଞ୍ଚଳରେ ଏକ ଅଜ୍ଞାତ ଶବକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ପୋଲିସ ଏ ଘଟଣାରେ ସଫଳତା ହାସଲ କରିଛି । ହତ୍ୟାକାଣ୍ଡର ପ୍ରକୃତ ଅଭିଯୁକ୍ତକୁ ଗିରଫ କରଥିବା ବେଳେ ଅନ୍ୟ ଜଣକୁ ଖୋଜିବାରେ ଲାଗିଛି ସ୍ଥାନୀୟ ପୋଲିସ । ତେବେ ନୂର ଅହମ୍ମଦ କିନ୍ନର ମୋହସିନ ଔରଫ ଜୋୟାଙ୍କୁ ମାରି ମଟନ କଟା ଯାଉଥିବା ଛୁରୀରେ ତାଙ୍କୁ ଦୁଇ ଗଡ କରି ଦେଇଥିଲା । ନେଟୱାର୍କ ଲୋକେସନ ଏବଂ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ ଦୋଷ ଶ୍ୱୀକାର କରି ନେଇଥିବା ଜଣାଯାଇଛି ।

କିନ୍ନରଙ୍କ ହତ୍ୟା ମାମଲାକୁ ମାତ୍ର କେଇ ଘଣ୍ଟା ଭିତରେ ସମାଧାନ କରି ନେଇଛି ପୋଲିସ । ମୃତକଙ୍କ ସହ ଅଭିଯୁକ୍ତ ନୂର ମହମ୍ମଦର କିଛି ସମୟ ତଳେ ସମ୍ପର୍କ ହୋଇଥିବା ଜଣାଯାଇଛି । ଏକ ଅନଲାଇନ ଆପ ଜରିଆରେ ଉଭୟଙ୍କର ଦେଖା ହୋଇଥିଲା । ସୋସିଆଲ ମିଡିଆରେ ନିଜକୁ ଝିଅ(ଜୋୟା) ବୋଲି ପରିଚୟ ଦେଇ ଅଭିଯୁକ୍ତ ସହ ସମ୍ପର୍କ ସ୍ଥାପନ କରିଥିଲେ । କିଛି ଦିନ ପର୍ଯ୍ୟନ୍ତ ବନ୍ଧୁତା ସମ୍ପର୍କ ରହିବା ପରେ ଉଭୟ ସମ୍ପର୍କ ରଖିବା ପାଇଁ ରାଜି ହୋଇଥିଲେ । ନିଜ ଯୌବନ ଜାଲରେ ଫସାଇ ସମ୍ପର୍କ ରଖିବା ବଦଳରେ ୨ ହଜାର ଟଙ୍କା ଦାବି କରିଥିଲେ ଜୋୟା ।

ତେବେ ନୂର ଘରେ ପହଞ୍ଚିବା ପରେ ନୂର ଜାଣିବାକୁ ପାଇଥିଲେ ଯେ ଜୋୟା ଜଣେ ମହିଳା ନୁହେଁ, ବରଂ ଜଣେ କିନ୍ନର । ଏହାପରେ ଉଭୟଙ୍କ ମଧ୍ୟରେ ବିବାଦ ଏବଂ ପରେ ରାଗରେ ଜୋୟାଙ୍କ ତଣ୍ଟି ଚିପି ହତ୍ୟା କରି ଦେଇଥିଲେ ନୂର ମହମ୍ମଦ । ହତ୍ୟା ପରେ ମାଂସ କଟା ଛୁରୀରେ ଜୋୟାଙ୍କୁ କାଟି ଗୋଟିଏ ଭାଗ ଶୂନଶାନ ସ୍ଥାନରେ ପିଙ୍ଗି ଦେଇଥିଲା ଅଭିଯୁକ୍ତ । ତେବେ ଶରୀରର ଆଉ ଏକ ଭାଗ ଗରେ ଏକ ପେଟିରେ ଲୁଚାଇ ରଖିଥିବା ସେ ପୋଲିସକୁ ସୂଚନା ଦେଇଛି ।

Get real time updates directly on you device, subscribe now.