fbpx

‘Pushpa’ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ Hollywood ଏଣ୍ଟ୍ରି, ମାର୍ବଲ ବା ଡିସୀ ଫିଲ୍ମରେ କରିବେ ଆକ୍ଟିଂ

ନୂଆଦିଲ୍ଲୀ: ‘ପୁଷ୍ପା’ ଷ୍ଟାର ଅର୍ଲ୍ଲୁ ଅର୍ଜୁନଙ୍କ ଉପରେ ମାଆ ଲକ୍ଷ୍ମୀ ଖାଲି ସୁନା ବରଷିବାରେ ଲାଗିଛନ୍ତି । ଫିଲ୍ମ ସୁପରହିଟ୍ ହେବା ପରେ ଏବେ ପୁଷ୍ପାଙ୍କୁ ହଲିଉଡରେ ଦେଖିବାକୁ ମିଳିବ । ତେବେ ଅଲ୍ଲୁ ମାର୍ବଲ ବା ଡିସୀ ସୁପରହୀରୋ ଫିଲ୍ମରେ ପରଦାକୁ ଆସିବେ ବୋଲି ଏକ ଖବର ଶୁଣାଯାଉଛି । ଏନେଇ ଅଲ୍ଲୁଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ପୂର୍ବରୁ ସାଉଥ ଷ୍ଟାର ଧନୁଷ ହଲିଉଡରେ ପ୍ରବେଶ କରିସାରିଥିବା ବେଳେ ଏବେ ଅଲ୍ଲୁ ଏହି ରାସ୍ତାରେ ପାଦ ରଖିବାକୁ ଯାଉଛନ୍ତି । ଅଲ୍ଲୁ ଇଣ୍ଡିଆ ଡେ ପରେଡ, ନ୍ୟୁୟର୍କରେ କିଛି ବଡ଼ ବଡ଼ ଲୋକଙ୍କ ସହ ସାକ୍ଷାତ କରିଥିବା ନେଇ ଶୁଣାଯାଉଛି । କିଛିଦିନ ପୂର୍ବରୁ ସୁପରହିରୋ ଫ୍ରାଞ୍ଚାଇଜ ସହିତ ଅଲ୍ଲୁ ମିଟିଂ କରି ଆସୁଛନ୍ତି । ତେଣୁ ଅଲ୍ଲୁ ହଲିଉଡରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ନିକଟରେ ଅଭିନେତା ଫରହାନ ଅଖତର ଏମସିୟୁରେ ଡେବ୍ୟୁ କରିଥିଲେ । ସେ ୱେବସିରିଜ ‘ମିସ ମାର୍ବଲ’ରେ ଦେଖା ଦେଇଥିଲେ । ସିନେମ୍ୟାଟିକ ୟୁନିଭର୍ସରେ ଶାହରୁଖ ଖାନ ଏଣ୍ଟ୍ରି ମାରିଥିଲେ । ଧନୁକ ‘ଦ ଗ୍ରେ ମ୍ୟାନ’ରେ ଦେଖାଦେଇଥିଲେ । ସେହିପରି ଆଲିଆ ଭଟ୍ଟ ‘ହାର୍ଟ ଅଫ୍ ଷ୍ଟୋନ’ରେ ଆସିଥିଲେ । ନିକଟରେ ଅଲ୍ଲୁ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ । ସେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରେ ଛିଡ଼ା ହୋଇଥିବା ଫଟୋରେ ଦେଖାଯାଇଥିଲା ।

Get real time updates directly on you device, subscribe now.