ଓଡ଼ିଶା ଭାସ୍କର: ଆଜିକାଲି ଶରୀରରେ ଟାଟୁ କରିବା ଏକ ପ୍ରମୁଖ ଷ୍ଟାଇଲ୍ ଟ୍ରେଣ୍ଡ ପାଲଟିଗଲାଣି । ଟାଟୁ ପୁଣି କେତେ ରଙ୍ଗର ଯେପରିକି ଲାଲ୍, ହଳଦୀ, ନୀଳ ଇତ୍ୟାଦି । କିନ୍ତୁ ଟାଟୁର ଏହି କ୍ରେଜ୍ କେତେବେଳେ ଆପଣଙ୍କୁ ହସ୍ପିଟାଲରେ ପହଞ୍ଚାଇ ସାରିଥିବ ତାହା ଆପଣ ଜାଣିପାରିବେ ନାହିଁ । ଆଜିକାଲି ହାତ, ପାଦ, ବେକ, ପେଟ ତଥା ଶରୀରର କେଉଁ ବି ସ୍ଥାନରେ କରାଯାଉଥିବା ରଙ୍ଗ ବେରଙ୍ଗ ଟାଟୁ ଆପଣଙ୍କ ସ୍ୱାସ୍ଥ୍ୟ ବିଗାଡି ଦେଇପାରେ ଓ ଆପଣ ଘାତକ ରୋଗରେ ଶିକାର ହୋଇପାରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଟାଟୁର ରଙ୍ଗୀନ କାଳିରେ କିଛି ଭୟାନକ କେମିକାଲ ରହିଛି ଯାହା ଆପଣଙ୍କୁ କ୍ଷତି ପହଞ୍ଚାଇବ । ଏପରି ବହୁ ରୋଗୀ ଦୈନିକ ହସ୍ପିଟାଲର ଡର୍ମେଟୋଲଜି ବିଭାଗ ଆସୁଥିବାର ଜଣାଯାଇଛି ।
ନୋଏଡାର ସୁପର ସ୍ପେସାଲିଟି ହସ୍ପିଟାଲ ଡର୍ମେଟୋଲଜି ବିଭାଗ ଡାକ୍ତର ଶିଖା ଖରେ କହିଛନ୍ତି ଆପଣ ଯଦି ଟାଟୁ କରିବାକୁ ଯାଉଛନ୍ତି ତେବେ ସର୍ବଦା ଧ୍ୟାନ ରଖିବେ କି କାଳି ସ୍ୟାହି ବାଲା ଟାଟୁ କରିବେ । ସେ କହିଛନ୍ତି ବାକି ଅନ୍ୟ ରଙ୍ଗର ଟାଟୁ ତୁଳନାରେ ଏହା ସାମାନ୍ୟ ସୁରକ୍ଷିତ । ଏହାପରେ ଆସିଥାଏ ଡାର୍କ କିମ୍ବା ଲାଇଟ୍ ବ୍ରାଉନ ରଙ୍ଗର ଟାଟୁ । କିନ୍ତୁ ଏଥିପାଇଁ ପ୍ରଥମେ ପ୍ୟାଚ୍ ଟେଷ୍ଟ ଜରୁରୀ । ଅନ୍ୟପକ୍ଷରେ ଅନ୍ୟ ରଙ୍ଗର ଟାଟୁ ଯେପରିକି ଲାଲ, ନୀଳ, ହଳଦୀ, ସବୁଜ ଆଦି ରଙ୍ଗର ଟାଟୁ ଅଧିକ ଆଲର୍ଜିକ ହୋଇଥାଏ । ଏହିସବୁ ରଙ୍ଗର ଟାଟୁର ସାଇଡ୍ ଇଫେକ୍ଟ ଅଧିକ ରହିଛି । ଏହି ସମସ୍ତ ରଙ୍ଗ ଭିତରେ ଲାଲ ରଙ୍ଗର ଟାଟୁ ସବୁଠାରୁ ଅଧିକ ଆଲର୍ଜିକ ହୋଇଥାଏ ।
ଡାକ୍ତରଙ୍କ ମତରେ ଟାଟୁର କଳା ରଙ୍ଗର ସ୍ୟାହିରେ ଆଇରନ୍ ଅକ୍ସାଇଡ୍ ରହିଛି ଯାହା ଆମ ତ୍ୱଚା ପାଇଁ ସୁରକ୍ଷିତ । ଏହାର ପାଶ୍ୱର୍ପ୍ରଭାବ କମ୍ । କିନ୍ତୁ ଅନ୍ୟ ରଙ୍ଗର ଟାଟୁରେ ଏପରି ମେଟାଲ, ସାମଗ୍ରୀ ମିଶି ରହିଛି ଯାହା ବିଷାକ୍ତ ହୋଇଥାଏ । ଲାଲ୍ ରଙ୍ଗର କାଳିରେ ସିନେବାର କିମ୍ବା ସିଙ୍ଗରିଫ ରହିଛି । ଏହା ସିନ୍ଦୁର ରଙ୍ଗର ଏକ ପ୍ରକାର ଖଣିଜ ଯାହା ମର୍କ୍ୟୁରିକ୍ ସଲଫାଇଡ୍ରେ ତିଆରି ହୋଇଛି ଓ ଏହା ବିଷାକ୍ତ ଅଟେ ।
ଲାଲ୍ କିମ୍ବା ଅନ୍ୟ ରଙ୍ଗର ଟାଟୁରେ କାଡମିୟମ ମିଶି ରହିଥାଏ । ଏହା ଏକ ନରମ ଧାତୁ ହେଲେ ବି ବିଷାକ୍ତ ଅଟେ । ତେଣୁ ଏହା ଶରୀରରେ ପହଞ୍ଚିବା ମାତ୍ରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହା ସହିତ ଟାଟୁରେ ମରକ୍ୟୁରି ରହିଛି ଯାହା ଏହାକୁ ସାଇନିଂ କରାଇଥାଏ । କିନ୍ତୁ ଏହା ବହୁତ ବିପଦଜନକ ମେଟାଲ ହୋଇଥାଏ ଓ ଏହା ମାନବ ସ୍ୱାସ୍ଥ୍ୟ ଲାଗି ବିଷାକ୍ତ ହୋଇଥାଏ । ଲାଲ, ନୀଳ, ହଳଦୀ ଓ ସବୁଜ ସ୍ୟାହିରେ କୋବାଲ୍ଟ ବ୍ଲାକ ବି ରହିଥାଏ ଯାହା ତ୍ୱଚା, ଫୁସଫୁସ, ଆଖି, ହାର୍ଟକୁ କ୍ଷତି ପହଞ୍ଚାଇପାରେ । ଏହା ସହିତ ଏଥିରେ କ୍ୟାନସର ପରି ରୋଗ ସୃଷ୍ଟି କରୁଥିବା କାର୍ସିନୋଜେନ୍ ମଧ୍ୟ ରହିଛି ।