fbpx

ଅଧିକ ମିଠା କି ଚିନି ଖାଇଲେ ହେବନି ଡାଇବେଟିସ୍‌, ଅନ୍ୟଥା ଏହିସବୁ ଭୁଲ୍ ପାଇଁ ଆପଣ ହୋଇପାରନ୍ତି ଡାଇବେଟିସର ଶିକାର

ଆମେ ସମସ୍ତେ ଭାବୁ ଅଧିକ ମିଠା ଖାଇବା ଦ୍ୱାରା ଡାଇବେଟିସ ହୋଇଥାଏ ବୋଲି । ଯଦି ଆପଣ ବି ଏପରି ଭାବୁଛନ୍ତି ତେବେ ଏହା ସଂପୂର୍ଣ୍ଣ ଭାବରେ ଠିକ୍ ନୁହେଁ । କିନ୍ତୁ ଏହା ସତ ଯେ, ଆପଣ ଆବଶ୍ୟକତା ଠାରୁ ଅଧିକ ଚିନି ଖାଇଲେ ବ୍ଲଡ ସୁଗାରର ମାତ୍ରା ବଢିଯିବ । କିନ୍ତୁ ବ୍ଲଡ ସୁଗାର ବା ରକ୍ତ ଶର୍କରା ବଢାଇବାରେ କେବଳ ଚିନି କିମ୍ବା ମିଠା ଦାୟୀ ନୁହେଁ । ଡାଇବେଟିସ ଏବେ ଏକ ସାଧାରଣ ରୋଗ ହୋଇଯାଇଥିବା ବେଳେ ଏହା ସହ ଜଡିତ କିଛି କଥା ସମସ୍ତେ ଜାଣି ରଖିବା ଉଚିତ । ଯେତେବେଳେ ଆମେ ମିଠା, ଆଳୁ, ଚାଉଳ, ରୁଟି ପରି ଖାଦ୍ୟ ଖାଇଥାଉ ସେତେବେଳେ ଆମ ଶରୀରକୁ ଶକ୍ତି ଦେବା ପାଇଁ ଏସବୁ ସୁଗାରରେ ବଦଳି ଯାଇଥାଏ । ଏହି ସୁଜାର ଆମ ରକ୍ତରେ ନ ରହି କୋଷର ପହଞ୍ଚିଯିବା ଦ୍ୱାରା ଆମକୁ ଶକ୍ତି ମିଳିଥାଏ । ଇନସୁଲିନର କାମ ହେଉଛି ଏହାକୁ କୋଷିକା ପର୍ଯ୍ୟନ୍ତ ପହଞ୍ଚାଇବା ।

ଯଦି ଆପଣଙ୍କ ପାକସ୍ଥଳୀରେ ପର୍ଯ୍ୟାପ୍ତ ମାତ୍ରାରେ ଇନସୁଲିନ ସୃଷ୍ଟି ହେଉନାହିଁ କିମ୍ବା ଆପଣଙ୍କ ଶରୀରର କୋଷିକା ଇନସୁଲିନ ଉପରେ ପ୍ରତିକ୍ରିୟା ଦେଖାଉନାହିଁ ତେବେ ସୁଗାର କୋଷିକାକୁ ନ ଯାଇ ରକ୍ତରେ ଏଖାଠି ହେବାରେ ଲାଗିଥାଏ । ଏହି ସ୍ଥିତି ଦୀର୍ଘ ସମୟ ଧରି ରହିଲେ ହାର୍ଟ, କିଡନୀ ସହ ଜଡିତ ବହୁ ରୋଗ ଦେଖାଦିଏ । ଦୃଷ୍ଟିଶକ୍ତି ଏପରିକି ଜୀବନ ପ୍ରତି ବି ବିପଦ ସୃଷ୍ଟି ହୋଇପାରେ ।

ଏହି ଡାଇବେଟିସ ୨ ପ୍ରକାରର ହୋଇଥାଏ । ଟାଇପ୍ ୧ ଓ ଟାଇପ୍ ୨ । ଟାଇପ ୧ ଡାଇବେଟିସ୍ ବଂଶଗତ ହୋଇଥାଏ । ଏଥିରେ ଆପଣଙ୍କ ଇମ୍ୟୁନ ସିଷ୍ଟମ ହିଁ ପାକସ୍ଥଳୀ ଉପରେ ଆଟାକ କରିଥାଏ ଫଳରେ ଇନସୁଲିନ ସୃଷ୍ଟି ହୋଇପାରି ନ ଥାଏ ।

ଅନ୍ୟପକ୍ଷରେ ଟାଇପ ୨ ଡାଇବେଟିସର ମୁଖ୍ୟ କାରଣ ଭୁଲ୍ ଜୀବନଶୈଳୀ ଓ ଭୁଲ୍ ଖାଦ୍ୟପେୟ । ଯଦି ଆପଣଙ୍କ ପାକସ୍ଥଳୀ ଓ ଇମ୍ୟୁନ ସିଷ୍ଟମ ଠିକ୍ କାମ କରୁଛି ତେବେ ମିଠା ଖାଇବା ଦ୍ୱାରା ଆପଣଙ୍କୁ ଡାଇବେଟିସ ହେବ ନାହିଁ । କିନ୍ତୁ ଯଦି ଆପଣଙ୍କ ପରିବାରରେ କାହାକୁ ଡାଇବେଟିସ ହୋଇଛି ଏବଂ ଆପଣ ଭୁଲ୍ ଜୀବନଶୈଳୀ ଆପଣାଉଛନ୍ତି ତେବେ ସାବଧାନ ହୋଇଯିବା ଉଚିତ । ଯଦି ଆପଣ ଏକ୍ସରସାଇଜ କରୁନାହାନ୍ତି, ଓଜନ ବଢିଯାଇଛି, ଠିକ୍ ଭାବରେ ଶୋଉ ନାହାନ୍ତି, ମଦ୍ୟପାନ କରୁଛନ୍ତି ତେବେ ଆପଣ କମ୍ ଚିନି କିମ୍ବା ମିଠା ଖାଇଲେ ବି ଡାଇବେଟିସର ଶିକାର ହେବେ ।

Get real time updates directly on you device, subscribe now.