fbpx

ମେଣ୍ଟ ହୋଇ ପାରିବ ନାହିଁ… ପଞ୍ଜାବ ଆସନରୁ ବି ଏକାକୀ ଲଢିବାକୁ ବିଜେପିର ଘୋଷଣା

ପଞ୍ଜାବ: ଓଡ଼ିଶା ପରେ ପଞ୍ଜାବ ମେଣ୍ଟ ଉପରେ ରୋକଲଗାଇଲା ଭାରତୀୟ ଜନତା ପାର୍ଟି । ପଞ୍ଜାବ ଆସନରୁ ମଧ୍ୟ ଏକାକୀ ଲୋକସଭା ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛି ବିଜେପି । ଅକାଳୀ ଦଳ ସହ ମେଣ୍ଟ ଚର୍ଚ୍ଚା ଉପରେ ବିଜେପି ପୂର୍ଣ୍ଣଚ୍ଛେଦ ପକାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର)ରେ ଏ ନେଇ ସୂଚନା ଦେଇଛନ୍ତି ପଞ୍ଜାବ ବିଜେପି ସଭାପତି ସୁନୀଲ ଝାକର । ଏହାପୂର୍ବରୁ ଓଡ଼ିଶାରେ ବିଜୁ ଜନତା ଦଳ ସହ ମେଣ୍ଟ ହେବା ନେଇ ଖୁବ ଆଲୋଚନା ହେଉଥିବା ବେଳେ ଏହା ମଧ୍ୟ ସମ୍ଭବ ହୋଇ ପାରିନାହିଁ । ପରେ ବିଜେପି ନେତା ମନମୋହନ ସାମଲ ମେଣ୍ଟ ଚର୍ଚ୍ଚା ଉପରେ ବିରାମ ଲଗାଇ ବିଜେପି ଏକାକୀ ଲଢିବ ବୋଲି କହିଥିଲେ ।

Get real time updates directly on you device, subscribe now.