fbpx

ଚଳନ୍ତା ସ୍କୁଟରରେ ହୋଲି ଖେଳୁଥିବା ବେଳେ ମୁହଁ ମାଡି ପଡ଼ିଲେ ଯୁବତୀ: ହୋଲିରେ ଅଜବ କାରନାମାର Video ଭାଇରାଲ

ଲୋକମାନେ ରିଲ ବନାଇବା ଚକ୍କରରେ ଅଜବ କାରନାମା କରିବାରୁ ବିରତ ହେଉନାହାଁନ୍ତି । କିଛି ଦିନ ପୂର୍ବରୁ ଦିଲ୍ଲୀ ମେଟ୍ରୋରେ ଦୁଇ ଝିଅଙ୍କ ହୋଲି ଉତ୍ସବ ପାଳନ କରିବାର ଭିଡିଓ ଭାଇରାଲ ହୋଇଥିଲା । ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।

ଭାଇରାଲ ଭିଡିଓରେ ଜଣେ ଯୁବତୀ ଚଳନ୍ତା ସ୍କୁଟୀ ଉପରେ ଠିଆହୋଇ ନିଜ ହାତକୁ ଖୋଲି ଷ୍ଟଣ୍ଟ କରୁଥିଲେ । ଏହି ସମୟରେ ଯୁବତୀ ଜଣକ ଭାରସାମ୍ୟ ହରାଇ ରାସ୍ତାରେ ମୁହଁ ମାଡି ପଡ଼ିଯାଇଥିଲା ।

ବାସ୍ତବରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଯୁବତୀ ଚଳନ୍ତା ସ୍କୁଟରରେ ଠିଆ ହୋଇ ଆକାଶକୁ ଅନାଇ ହାତ ଖୋଲି ଷ୍ଟଣ୍ଟ କରୁଥିଲେ । ସ୍କୁଟୀକୁ ଜଣେ ଯୁବକ ଚଳାଉଥିଲେ । ଯୁବକ ଜଣକ ସ୍କୁଟୀର ବ୍ରେକ୍ ମାରିବାରୁ ଯୁବତୀ ଜଣକ ମୁହଁ ମାଡି ହୋଇ ତଳକୁ ଖସିପଡ଼ିଥିଲେ । ଏହିପରି ଅନେକ ଭିଡିଓ ହୋଲିରେ ଭାଇରାଲ ହେବାରେ ଲାଗିଛି ଯେଉଁଠାରେ ଲୋକମାନେ ମଦ୍ୟପାନ କରି ଷ୍ଟଣ୍ଟ କରି ବେକଳ ନିଜକୁ ଆଘାତ ଦେଉନାହାଁନ୍ତି ବରଂ ବୁଲୁଥିବା ଲୋକଙ୍କୁ ମଧ୍ୟ ଆଘାତ ଦେଉଛନ୍ତି ।

ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by ABP News (@abpnewstv)

Get real time updates directly on you device, subscribe now.