Breaking: ପର୍ଯ୍ୟଟନରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ, ପ୍ରଭାତୀଙ୍କ ସୂଚନା

ପର୍ଯ୍ୟଟନ କ୍ଷେତ୍ରରେ ପାଖାପାଖି ୮ ହଜାର ୧୫୩ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି। ନ୍ୟାସନାଲ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିଅମ୍ ସହିତ MOU ହୋଇଛି। ଟୁରିଜିମକୁ ଶିଳ୍ପ ଭାବରେ ନେଇଛନ୍ତି ସରକାର।

ଭୁବନେଶ୍ୱର: ଓଡ଼ିଶା ପାଇଁ ନୂଆ ଆଶା ଓ ସମ୍ଭାବନା ଆଣିବ ଉତ୍କର୍ଷ ଓଡ଼ିଶା-୨୦୨୫। ପ୍ରଗତିର ନୂଆ ପରମ୍ପରା ସୃଷ୍ଟି କରିବ ଉତ୍କର୍ଷ ଓଡ଼ିଶା। ଏହାସହ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନକୁ ସାକାର କରିବ ଉତ୍କର୍ଷ ଓଡ଼ିଶା।

ତେଣୁ ପର୍ଯ୍ୟଟନରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଛି। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପାଖାପାଖି ୮ ହଜାର ୧୫୩ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି।

ନ୍ୟାସନାଲ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିଅମ୍ ସହିତ MOU ହୋଇଛି। ମ୍ୟୁଜିୟମ୍ ଟୁରିଜିମ ବଢ଼ାଇବାକୁ କିଛି ପଲିସି ବଦଳିବା ଦରକାର। ରିସର୍ଟ, ହୋଟେଲ, ଓ୍ୱାଟର ସ୍ପୋର୍ଟ୍ସ, ଆଡଭେଞ୍ଚର୍ସ ସ୍ପୋର୍ଟ୍ସକୁ ଗିରିତ୍ୱ ଦିଆଯାଇଛି।

ପୂର୍ବ ସରକାରଙ୍କ କଥା ଜାଣିନୁ। ଆମେ ଟୁରିଜିମକୁ ଶିଳ୍ପ ଭାବେ ନେଉଛୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।