ରାଗିଗଲେ ପାକିସ୍ତାନ କ୍ୟାପଟେନ୍, ଫିଙ୍ଗିଦେଲେ ରନର୍ସ-ଅପ୍ ଚେକ୍, ସାମ୍ନାକୁ ଆସିଲା ପାକିସ୍ତାନର ଅସଲ ଚେହେରା
ପୁରସ୍କାର ରାଶିକୁ ସମସ୍ତଙ୍କ ସାମ୍ନାରେ ଫିଙ୍ଗିଦେଲେ ପାକିସ୍ତାନ ଅଧିନାୟକ।
ଓଡିଶାଭାସ୍କର: ସାମ୍ନାକୁ ଆସିଲା ପାକିସ୍ତାନର ଅସଲି ଚେହେରା। ଏତେ ଖରାପ ପାକିସ୍ତାନ ଖେଳାଳି। ଭାରତ ପାଖରୁ ଏସିଆ କପ୍ ଫାଇନାଲ ମ୍ୟାଚ୍ ଜିତିପାରିଲେନି ବୋଲି ମନରେ ଏତେ ରାଗ।
ମ୍ୟାଚ୍ ହାରିବା ପରେ ପ୍ରାୟ ୫୫ ମିନିଟ୍ ପର୍ଯ୍ୟନ୍ତ ଡ୍ରେସିଂ ରୁମରୁ ବାହାରକୁ ଆସିନଥିଲେ ପାକିସ୍ତାନ ଖେଳାଳି। ଆଉ ଯେତେବେଳେ ସେଲିବ୍ରେସନ୍ ଆରମ୍ଭ ହେଲା ଏବଂ ପାକିସ୍ତାନ ଅଧିନାୟକଙ୍କୁ ରନର ଅପ୍ ଚେକ୍ ମିଳିଲା ସେତେବେଳେ ପାକିସ୍ତାନର ଅସଲ ରୂପ ସାମ୍ନାକୁ ଆସିଲା।
ପାକିସ୍ତାନ ଅଧିନାୟକ ସଲମାନ ଆଗାଙ୍କୁ ରନର ଅପ୍ ର ୭୫,୦୦୦ ଡଲାରର ଏକ ଚେକ୍ ପ୍ରଦାନ କରାଯାଇଥିଲା। ହେଲେ ତାଙ୍କର ଏତେ ରାଗ ଯେ ସେହି ଚେକ୍ କୁ ସମସ୍ତଙ୍କ ସାମ୍ନାରେ ଫୋପାଡ଼ି ଦେଇଥିଲେ ପାକିସ୍ତାନ ଅଧିନାୟକ।
ଚେକ୍ ଫୋପାଡିଦେଲେ: ହଁ ଆଜ୍ଞା ପାକିସ୍ତାନ ଅଧିନାୟକ ସଲମାନ ଆଗାଙ୍କର ଏବେ କିଛି ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କ୍ରିକେଟ୍ ପଡିଆରେ ଏକ ଲଜ୍ଜାଜନକ ଘଟଣା ଘଟିଥିବାର ଦେଖିବାକୁ ମିଳୁଛି।
ରବିବାର ଦିନ ଏସିଆ କପ୍ ୨୦୨୫ ଫାଇନାଲ ମ୍ୟାଚ୍ ଭାରତ ଜିତିବା ପରେ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। ଆଉ ଏହି ସମାରୋହରେ ଯେତେବେଳେ ସଲମାନ ଅଲି ଆଗାଙ୍କୁ ୭୫,୦୦୦ ଡଲାରର ରନର୍ସ-ଅପ୍ ଚେକ୍ ପ୍ରଦାନ କରାଗଲା, ସେ ପ୍ରଥମେ ଚେକ୍ ଗ୍ରହଣ କଲେ।
ଚେକ୍ ଧରି ଫଟୋ ପାଇଁ ପୋଜ୍ ମଧ୍ୟ ଦେଲେ ଆଉ ତାପରେ ତାଙ୍କର ଅସଲ ରୂପ ଦେଖାଇଲେ। ଚେକ୍ କୁ ନେବା ପରିବର୍ତ୍ତେ ସମସ୍ତଙ୍କ ସାମ୍ନାରେ ଫିଙ୍ଗି ଦେଲେ। ଏବଂ ହସି ହସି ଚାଲିଗଲେ। ଯେପରି ସବୁକିଛି ପୂର୍ବରୁ ଯୋଜନା କରାଯାଇଥିଲା।
ପାକିସ୍ତାନକୁ ଅପମାନ: ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଲା। ଭାରତୀୟ ଦଳ ୯ମ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହେଲା।
୫୩ ବଲ୍ ରୁ ଅପରାଜିତ ୬୯ ରନ କରିଥିବା ବାମହାତୀ ବ୍ୟାଟସମ୍ୟାନ ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଗଲା। ଆଉ ଅଭିଷେକ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା।
ଭାରତୀୟ ଦଳ ପାକିସ୍ତାନୀ ବଂଶୋଦ୍ଭବ ଏସିସି ମୁଖ୍ୟ ମୋହସିନ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା ଏବଂ ଟାଇଟଲ ଗ୍ରହଣ କରିନଥିଲା।
ଫଳସ୍ୱରୂପ, ପୁରସ୍କାର ପ୍ରଦାନ ଉତ୍ସବ ପ୍ରାୟ ଗୋଟିଏ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଭାରତୀୟ ଦଳର ମୋହସିନ ନକଭିଙ୍କଠାରୁ ଏସିଆ କପ୍ ଟାଇଟଲ ଗ୍ରହଣ କରିବାକୁ ମନା କରିବା ପାକିସ୍ତାନ ପ୍ରତି ଏକ ଘୋର ଅପମାନ ଥିଲା ଯାହା ସେମାନଙ୍କୁ ପରାଜୟ ଅପେକ୍ଷା ମଧ୍ୟ ଅଧିକ ଆଘାତ ଦେଇଛି।