Breaking: କାର ଦୁର୍ଘଟଣା ଧରାଇ ଦେଲା ଚୋର, ଗାଡିରୁ ବାହାରିଲା ପୁଳା ପୁଳା ଟଙ୍କା, ଅଳଙ୍କାର

ଚୋରି କରି ମନ ଖୁସିରେ ଫେରୁଥିଲା ଚୋର। ହେଲେ ବାଟରେ ଚୋରର କାର ଦୁର୍ଘଟଣା ହେଲା। ଆଉ ସାହାର୍ଯ୍ୟ ପାଇଁ ଆସିଥିବା ଲୋକ ଗାଡି ଭିତରେ ଏତେ ଟଙ୍କା ସୁନାରୁପା ଦେଖି ତାଜୁବ ହୋଇଗଲେ।

ସୋର: ଚୋରି କରିବାରେ ସଫଳ ହେଲା, କିନ୍ତୁ ଉପଭୋଗ କରିପାରିଲାନି। ରାତି ଅଧରେ ଚୋରି କରି କାରରେ ଫେରୁଥିଲା ଚୋର। ହେଲେ ରାସ୍ତାରେ ଚୋରର କାର ଦୁର୍ଘଟଣା ହୋଇଗଲା।

ଆଉ ସ୍ଥାନୀୟ ଲୋକ କାର ଦୁର୍ଘଟଣା ହୋଇଥିବାରୁ ସାହାର୍ଯ୍ୟ କରିବା ପାଇଁ କାର ପାଖରେ ପହଞ୍ଚିଲେ। ହେଲେ ଗାଡି ଭିତରେ ପୁଳା ପୁଳା ଟଙ୍କା ଆଉ ସୁନା ଗହଣା ଦେଖି ତାଜୁବ ହୋଇଗଲେ।

ସେପଟେ ଚୋରି କରିଥିବାରୁ ଲୋକଙ୍କ ଭୟରେ ଗାଡି ଦୁର୍ଘଟଣା ହେବାରୁ ଗାଡି ଛାଡ଼ି ଫେରାର ହୋଇଗଲା ଡ୍ରାଇଭର। ହେଲେ ଲୋକଙ୍କ ହାତରେ ଧରା ପଡିଗଲେ ଦୁଇ ସହଯୋଗୀ। ଆଉ ସିଧା ଜେଲ୍।

ହଁ ଆଜି ସକାଳୁ ସକାଳୁ ସୋର ଗୋପାଳପୁର ଥାନା ଜୁଣିଆ ବଜାରରେ ଏକ କାର ଦୁର୍ଘଟଣା ହୋଇଥିଲା। ତେଣୁ ସାହାଯ୍ୟ ପାଇଁ ସ୍ଥାନୀୟ ଲୋକ ଗାଡି ପାଖରେ ପହଞ୍ଚି ଜାଣିବାକୁ ପାଇଲେ ଯେ, ଏହା ଏକ ଚୋରର ଗାଡ଼ି।

ଆଉ ଲୋକଙ୍କୁ ଦେଖି ଗାଡ଼ି ଛାଡି଼ ଫେରାର ହୋଇଗଲା ଡ୍ରାଇଭର। ହେଲେ ଆଉ ଦୁଇଜଣ ସହଯୋଗୀ ଧରା ପଡିଗଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଗାଡିରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହ ସୁନାରୁପା ଜବତ ହୋଇଛି।