fbpx

କାର ଏବଂ ଟ୍ରକ ମୁହାଁମୁହିଁ ଧକ୍କା; ୩ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ପଞ୍ଚୁକୋଟ ଢାବା ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କାର ଏବଂ ଟ୍ରକ ପରସ୍ପର ସହ ମୁହାଁ ମୁହିଁ ଧକ୍କା ହେବାରୁ ଏପରି ଏକ ଅଘଟଣ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ କାରଟି ଭୁବନେଶ୍ୱରରୁ ନୟାଗଡକୁ ଯାଉଥିବାବାଳେ ଏଥିରେ ମୋଟ ୩ ଜଣ ଲୋକ ଯାଉଥିଲେ । ତେବେ ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସେମାନଙ୍କ ପରିଚୟ ମିଳିପାରି ନଥିବାବେଳେ ସେମାନେ ପ୍ରକୃତରେ କେଉଁ ସ୍ଥାନକୁ ଯାଉଥିଲେ ତାହା ମଧ୍ୟ ଜଣା ପଡିନାହିଁ । ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଅରମ୍ଭ କରିଛି । ଅନ୍ୟପକ୍ଷେ କାରର ନମ୍ବର ପ୍ଲେଟରୁ ଏହା ଗୁଜୁରାଟର ହୋଇଥିବା ଜଣା ପଡିଛି ।

Get real time updates directly on you device, subscribe now.