fbpx

ପୁଣି ଖାକି ଉପରେ ଚାବୁକ୍ ମାଡ଼: ଚେକିଂ ସମୟରେ ଦୁଇ ପୋଲିସଙ୍କ ଉପରେ କାର୍ ଚଢ଼ାଇଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଦେଶରେ ଖାକି ଉପରେ ଦୁର୍ବୃତ୍ତଙ୍କ ଜୁଲମ୍ ବଢ଼ି ବଢ଼ି ଚାଲିଛି । ତେବେ ଆଜି ଉତ୍ତରପ୍ରଦେଶରୁ ପୁଣି ଏପରି ଏକ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି । ଚେକିଂ ଚାଲିଥିବା ବେଳେ ଦୁଇଜଣ ପୋଲିସଙ୍କ ଉପରକୁ କାର୍ ଚଢ଼ାଇ ଦେଇଛନ୍ତି ଦୁର୍ବୃତ୍ତ । ଏହାଦ୍ୱାରା ଦୁଇ ପୋଲିସ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ବ୍ୟାରିକେଡ୍ ଲଗାଇ ଚେକିଂ କରୁଥିଲେ ହେଁ କାର ଚାଳକ ତାହାକୁ ମାନି ନଥିଲେ । ତେବେ ଏହି ଘଟଣାରେ ଅଭିଯୁକ୍ତ ଗାଡ଼ି ଚାଳକଙ୍କୁ ପୋଲିସ ଅଟକ ରଖିଛି । ଦୁଇ ପୋଲିସଙ୍କ ଉପରେ ଗାଡ଼ି ଚଢ଼ାଉ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ କାରଟି ଏକ କ୍ଷେତ୍ର ମଧ୍ୟରେ ଫସି ଯାଇଥିଲା । ତେବେ କାରରେ ଥିବା ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ସୂଚନାଯୋଗ ଯେ, ପୂର୍ବରୁ ଝାଡ଼ଖଣ୍ଡର ଜଣେ ଏସଆଇ ଓ ଗୁଜରାଟର ଜଣେ ପୋଲିସ କନଷ୍ଟେବଳ ମାଫିଆଙ୍କ ଦ୍ୱାରା ପ୍ରାଣ ହରାଇଥିଲେ । ସେହିପରି ହରିୟାଣାର ମେୱାତରେ ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କୁ ମାଫିଆମାନେ ଟ୍ରକ ଚଢ଼ାଇ ହତ୍ୟା କରିଥିଲେ । ଦିନକୁ ଦିନ କର୍ତ୍ତବ୍ୟରତ ପୋଲିସଙ୍କ ଉପରେ ଅପରାଧୀଙ୍କ ମରଣାନ୍ତକ ଆକ୍ରମଣ ଖାକିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.