fbpx

ରୋମାଣ୍ଟିକ ମୁଡରେ ବୃଦ୍ଧ ଦମ୍ପତ୍ତି: ସ୍ୱାମୀ-ସ୍ତ୍ରୀ ମିଶି ବର୍ଷା ପାଗକୁ ଏମିତି କଲେ Enjoy

ଓଡିଶା ଭାସ୍କର: ବର୍ଷାର ମଜା ନିଆରା । ଆଉ ଭାରି ନିଆରା ବର୍ଷାରେ ଭିଜିବା ବେଳର ସେ ଅନୁମୂତି । ଦୁନିଆରେ ଅଧିକାଂଶ ଲୋକ ବର୍ଷା ପାଣିରେ ଭିଜିବାକୁ ପସନ୍ଦ କରିଥାନ୍ତି । କାରଣ ବର୍ଷାରେ ଭିଜିଲେ ଜୀବନର କିଛି ପୁରୁଣା ସ୍ମୃତି ମନେ ପଡିଯାଏ । ଆକି ଆଗରେ ନାଚି ଉଠେ ପିଲା ବେଳ ଆଉ ଏମିତି ଅନେକ କିଛି । ତେବେ ଏବେକାର ଯୁବଗୋଷ୍ଠୀ ସିନା ଏ ବର୍ଷାପାଗର ଖୁବ ମଜା ଉଠାଉଛନ୍ତି, କିନ୍ତୁ ବୟସ ହୋଇଯିବା ପରେ ଏବଂ ବାର୍ଦ୍ଧକ୍ୟ ଛୁଇଁଯିବା ପରେ ବର୍ଷାର ମଜା ନେବା କଷ୍ଟଦାୟକ ହୋଇଯାଏ ।

କିନ୍ତୁ ଏ ବୃଦ୍ଧ ଦମ୍ପତ୍ତିଙ୍କୁ ନା ଅଛି ଅସୁସ୍ଥତାର ଭୟ ନା ବର୍ଷାପାଣିର । ବର୍ଷାପାଗରେ ନିଜର ପୁରୁଣା ଦିନଗୁଡିକୁ ଏବଂ ଅଭୁଲା ମୁହୂର୍ତ୍ତଗୁଡିକୁ ମନେ ପକାଇବା ପାଇଁ ବାହାରକୁ ବାହାରି ପଡିଛନ୍ତି ବୃଦ୍ଧ ଦମ୍ପତ୍ତି । ବର୍ଷାରେ ରୋମାଣ୍ଟିକ ମୁଡରେ ନଜର ଆସିଛନ୍ତି ବୁଢା ବାବା ଆଉ ବୁଢୀ ମା’ । ଏ ଦୁହିଁଙ୍କ ଭଲପାଇବାକୁ ଦେଖିଲେ ହୁଏତ ଲାଜରେ ଝାଉଁଳି ଯାଇପାରନ୍ତି ଆଜିର ଯୁବଗୋଷ୍ଠୀ ।

ପ୍ରକୃତ ପ୍ରେମ ଏବଂ ଭଲପାଇବାର ଉଦାହରଣ ଦେଇ ଗୋଟିଏ ଛତା ତଳେ ବର୍ଷାରେ ବୁଲିବା ପାଇଁ ବାହାରି ପଡିଛନ୍ତି ବୃଦ୍ଧ ଦମ୍ପତ୍ତି । ବୟସରେ ବାର୍ଦ୍ଧକ୍ୟ ଛୁଇଁଯାଇଥିଲେ ମଧ୍ୟ ମନ ଏବେ ବି ଯୁବାବସ୍ଥାରେ ରହି ଯାଇଛି । ଉଭୟଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ବୃଦ୍ଧ ବର୍ଷାରେ ପତ୍ନୀଙ୍କ ପାଇଁ ଛତା ଧରିଛନ୍ତି । ତାଙ୍କ ସହିତ ତାଙ୍କ ପତ୍ନୀ ସାଥୀ ହୋଇ ରାସ୍ତାରେ ଚାଲୁଛନ୍ତି । ଏହି ଭିଡିଓରେ ଉଭୟଙ୍କ ମଧ୍ୟରେ ଥିବା ଭଲପାଇବା ଏବଂ ସ୍ନେହ ପ୍ରେମର ସମ୍ପର୍କ ସ୍ପଷ୍ଟ ବାରି ହେଉଛି । ଏହି ଭିଡିଓ କହିଯାଉଛି ଏହି ବୃଦ୍ଧ ଦମ୍ପତ୍ତିଙ୍କ ଭିତରେ ଥିବା ଅତୁଟ ସ୍ନେହ ଅପାର ପ୍ରେମର ସେ ଅକୁହା କାହାଣୀ ।

ଭିଡିଓଟିକୁ ଫଟୋଗ୍ରାଫର ତଥା କଣ୍ଟେଣ୍ଟ କ୍ରିଏଟର ଆସିଫ ଖାନ ଇନଷ୍ଟାଗ୍ରାମ ରିଲ୍ସ ମାଧ୍ୟମରେ ସେୟାର କରିଛନ୍ତି । ଏହି ଭିଡିଓକୁ ୨୭ ମିଲିୟନରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୨.୬ ମିଲିୟନ ଲୋକ ପସନ୍ଦ କରିଛନ୍ତି । ଏହି ଭିଡିଓ ଅନେକ ଲୋକଙ୍କ ହୃଦୟକୁ ଛୁଇଁଯାଇଛି । କେବଳ ସେତିକି ନୁହେଁ, ୍ରନେକ ଲୋକଙ୍କର ନିଜ ପ୍ରେମ କଥା ମଧ୍ୟ ମନେ ପଡିଯାଇଥିବା ଏହି ଭିଡିଓକୁ ଦେଖିବା ପରେ ।

Get real time updates directly on you device, subscribe now.