fbpx

କଥାରେ ଝିଅଙ୍କୁ ଆକର୍ଷିତ କରିଥାନ୍ତି ଏହି ରାଶିର ଲୋକ

ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ୧୨ ରାଶି ଉପରେ ଗ୍ରହମାନଙ୍କର ଅଲଗା ଅଲଗା ପ୍ରଭାବ ରହିଥାଏ । ଏହି ଗ୍ରହମାନଙ୍କର ପ୍ରଭାବ ମଧ୍ୟ ବ୍ୟକ୍ତିଙ୍କ ସ୍ୱଭାବରେ ଦେଖାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭାଷା ବା କଥାକୁ ବୁଧ ଗ୍ରହର କାରକ ଭାବରେ ବିବେଚନା କରାଯାଏ। ବୁଧ ଗ୍ରହର ପ୍ରଭାବ ଥିବା ବ୍ୟକ୍ତିମାନେ କଥା କହିବାରେ ପାରଙ୍ଗମ ।  ଯେତେବେଳେ କୌଣସି ଗ୍ରହର ଶୁଭ ଦୃଷ୍ଟି କୌଣସି ରାଶି ଉପରେ ପଡ଼ିଥାଏ  ସେତେବେଳେ ଏହାର ଫଳ ମଧ୍ୟ ସେହି ରାଶି ଉପରେ ବୃଦ୍ଧି ପାଇଥାଏ । ଆଜି ଆମେ ଏହିପରି ରାଶି ବିଷୟରେ ଜାଣିବା, ଯାହା ଉପରେ ବୁଧ ଗ୍ରହଙ୍କ ପ୍ରଭାବ ରହିଥାଏ । ଏମାନେ ଜଣେ ଭଲ ବିକ୍ରେତା, ବ୍ୟବସାୟୀ ଏବଂ ଯୋଗାଯୋଗ କ୍ଷେତ୍ରରେ ସଫଳତା ପାଆନ୍ତି ।

–              ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମୀନ ରାଶି ହେଉଛି ରାଶିଚକ୍ରର ଶେଷ ରାଶି ।  ଏହି ରାଶିର ସ୍ୱାମୀ ହେଉଛନ୍ତି ବୃହସ୍ପତି । ଯାହାଙ୍କୁ ଏକ ଶୁଭ ଗ୍ରହ ଭାବରେ ବିବେଚନା କରାଯାଏ  । ଯେତେବେଳେ ବୁଧ ଏହି ରାଶି ଉପରେ ପ୍ରଭାବିତ ହୋଇଥାନ୍ତି  ସେତେବେଳେ ଏମାନଙ୍କୁ ତର୍କରେ ହରାଇବା ସହଜ ହୋଇନଥାଏ । ଏହି ରାଶିର ଲୋକମାନଙ୍କର ନାମ ଦି,ଦୁ, ଥ,ଝ,ଞ,ଦେ,ଦୋ,ଚା, ଚୀ ରୁ ଆରମ୍ଭ ହୋଇଥାଏ । ଜ୍ଞାନର ଶକ୍ତି ଆଧାରରେ ଏହି ଲୋକମାନେ ଜୀବନରେ ବହୁତ ଅଗ୍ରଗତି କରନ୍ତି ।

–              କ, ଛ ଏବଂ ଘ ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ଥିବା ଲୋକଙ୍କ ରାଶି ହେଉଛି ମିଥୁନ  । ମିଥୁନ ଜ୍ୟୋତିଷ ଶାସ୍ତ୍ରରେ ଏକ ବିଶେଷ ରାଶି ଭାବରେ ବିବେଚନା କରାଯାଏ  । ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ବୁଧ, ଯାହାକୁ ଭାଷାର କାରକ ଗ୍ରହ ବୋଲି କୁହାଯାଏ । ମିଥୁନ ରାଶି ଲୋକଙ୍କ ଜାତକରେ ବୁଧ ଶୁଭ ସ୍ଥିତିରେ ରହିଥାନ୍ତି । ଏମାନଙ୍କର କଥା ମଧୁର ହୋଇଥାଏ । ସେତିକି ନୁହେଁ ଏମାନେ ଅନ୍ୟଙ୍କୁ ନିଜ କଥାରେ ବେଶ୍ ଆକର୍ଷିତ କରିଥାନ୍ତି ।

–              ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ନାମ ଢ଼ୋ, ପା, ପି, ପୁ, ଶ, ଣ,ଠ ପେ ଏବଂ ପୋ ରୁ ଆରମ୍ଭ ହୁଏ, ସେମାନଙ୍କର ରାଶି ହେଉଛି କନ୍ୟା । ଏହି ଲୋକମାନେ ଜନ୍ମରୁ ବହୁତ ବୁଦ୍ଧିମାନ ବୋଲି ବିବେଚନା କରାଯାଏ  । ଏମାନେ ଶୀଘ୍ର କୌଣସି କଥାକୁ ବୁଝିନିଅନ୍ତ । ନିଜର ଲକ୍ଷ୍ୟ ହାସଲ କରିବାକୁ କଠିନ ପରିଶ୍ରମ କରିଥାନ୍ତି । ପ୍ରତିଭା ଯୋଗୁଁ ନିଜର ପ୍ରାଧାନ୍ୟ ବିସ୍ତାର କରିଥାନ୍ତି । ଏମାନେ ଜୀବନରେ ବହୁତ ଶୀଘ୍ର ଅଗ୍ରଗତି କରନ୍ତି  । ଅଧ୍ୟୟନରେ ଭଲ କରିଥାନ୍ତି, ସେମାନଙ୍କର ବ୍ୟକ୍ତିତ୍ୱ ବହୁତ ଆକର୍ଷଣୀୟ ।

 

Get real time updates directly on you device, subscribe now.