fbpx

ଟ୍ରାଫିକ ନିୟମ ଭାଙ୍ଗିଲା, ଛୁରୀରେ ଆକ୍ରମଣ କଲା: ପୋଲିସ କର୍ମୀଙ୍କୁ ଅଧ କିଲୋମିଟର ଘୋଷାରି ନେଲା, ଦେଖନ୍ତୁ Video

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଇଥାଏ । ତେବେ ଏପରି ଏକ ଘଟଣା ନଭି ମୁମ୍ବାଇରେ ଦେଖିବାକୁ ମିଳିଛି । ଜଣେ କାର ଚାଳକ ଟ୍ରାଫିକ ନିୟମ ଭାଙ୍ଗିବା ସହିତ ପୋଲିସ କର୍ମୀଙ୍କୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଛନ୍ତି । ଏନେଇ ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଜଣାପଡ଼ିଛି, ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଭାଙ୍ଗି ଖସିଯିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ପୋଲିସ ତାଙ୍କୁ ବାଧା ଦେବାରୁ ଗାଡ଼ି ଚାଳକ ଏକ ଛୁରିରେ ଆକ୍ରମଣ କରିଥିଲେ । କାର ଚାଳକ ଗାଡ଼ି ରୋକିବା ବଦଳରେ ଫେରାର ହେବାକୁ ଚେଷ୍ଟା କରିଥିଲେ । ପୋଲିସ କାରକୁ ରୋକିବା ପାଇଁ ଆଗକୁ ଆସିବାରୁ ଚାଳକ ଗାଡ଼ି ରଖି ନଥିଲେ ।

ତେବେ ଗାଡ଼ି ଚାଳକଙ୍କ ଏହି କାରନାମା ପାଇଁ କାରର ବୋନଟ ଉପରେ ଫସି ରହିଥିଲେ ଜଣେ ପୋଲିସ । ପୋଲିସ ବାବୁଙ୍କୁ ଅମାନିଆ ଗାଡ଼ି ଚାଳକ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଯାଇଥିଲେ । ପରେ ପୋଲିସ ଉକ୍ତ ଗାଡ଼ି ଚାଳକଙ୍କ ନାମରେ ମାମଲା ଦାୟର କରିବା ସହ ତାଙ୍କୁ ଟ୍ରାଫିକ ୟୁନିଟକୁ ପଠାଇ ଦେଇଥିଲା ।

ସୂଚନାଯୋଗ୍ୟ ଯେ, ଅନେକ ସମୟରେ କିଛି ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥାନ୍ତି । ଏଥିପାଇଁ ଡ୍ୟୁଟିରେ ଥିବା ଅଧିକାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଥାଏ । ପରେ ପୋଲିସ ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ୍ ଆଦାୟ କରିଥାଏ ।

Get real time updates directly on you device, subscribe now.