fbpx

ସବୁ ATMରେ ମିଳିବ କାର୍ଡଲେସ୍ ସୁବିଧା, କେବଳ SBI ଗ୍ରାହକଙ୍କୁ ମିଳୁଥିଲା ସ୍ୱତନ୍ତ୍ର ସୁବିଧା

ଏବେ ଦେଶର ସମସ୍ତ ବ୍ୟାଙ୍କରୁ ବିନା ଏଟିଏମ୍ କାର୍ଡରେ ଟଙ୍କା ଉଠାଣ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି । ବର୍ତ୍ତମାନ ସମଗ୍ର ଭାରତରେ ଅଳ୍ପ କେତେକ ବ୍ୟାଙ୍କ ଏହି ସୁବିଧା ପ୍ରଦାନ କରୁଛନ୍ତି । ଏଥିରେ ଭାରତର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ସାମିଲ । ବିନା କାର୍ଡରେ ଟଙ୍କା ଉଠାଣ ସୁବିଧା ଏସବିଆଇ ପୁର୍ବରୁ ଯୋଗାଇ ଆସୁଛି ।

ସୂଚନାଯୋଗ୍ୟ ୨୦୨୦ ଜାନୁଆରୀ ୧ ତାରିଖରୁ ଏସବିଆଇ ଓଟିପି ମାଧ୍ୟମରେ ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ କରିଥିଲା । ଏହି ସୁବିଧା ମାଧ୍ୟମରେ ଗ୍ରାହକଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଯିବ । ଗ୍ରାହକ ଏହି ଓଟିପିକୁ ଏଣ୍ଟର କରି ଟଙ୍କା ଉଠାଇ ପାରିବେ । ଏହି ଓଟିପିର ସମୟସୀମା କିଛି ମିନିଟ୍ ରହିବ । ତେବେ ଏହି ଓଟିପିକୁ ବ୍ୟବହାର କରି ଥରେ ମାତ୍ର ଟଙ୍କା ଉଠାଯାଇ ପାରିବ । ଏହି ସୁବିଧା ଜରିଆରେ ଗ୍ରାହକ ଏକା ଥରକେ ୧୦ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ।

ଏସବିଆଇ ବ୍ୟତୀତ ଏହି ସୁବିଧା ଆଇସିଆଇସିଆଇ ବ୍ୟାଙ୍କ୍ ଏବଂ ଏଚଡିଏଫସି ବ୍ୟାଙ୍କ ଭଳି ପ୍ରମୁଖ ବ୍ୟାଙ୍କ ମୋବାଇଲ ଆପ୍ଲିକେଶନ କିମ୍ବା କମ୍ପାନୀର ୱେବସାଇଟରେ ଏହି ସୁବିଧା ପ୍ରଦାନ କରୁଛନ୍ତି । ଗ୍ରାହକଙ୍କୁ ଏହି ସୁବିଧା ବ୍ୟବହାର କରିବା ପାଇଁ ସମ୍ପୃକ୍ତ ବ୍ୟାଙ୍କର ଆପ୍ କିମ୍ବା ୱେବସାଇଟରେ ନିଜର ପଞ୍ଜିକରଣ କରିବା ଆବଶ୍ୟକ । ଏହା ପରେ ଗ୍ରାହକ ବିନା କାର୍ଡରେ ଟଙ୍କା ଉଠାଇ ପାରିବେ । ତେବେ ବର୍ତ୍ତମାନ ଆରବିଆଇର ଘୋଷଣା ମୁତାବକ କାର୍ଡଲେସ୍ ଟଙ୍କା ଉଠାଣ ଏବେ ସମସ୍ତ ଏଟିଏମରେ ହୋଇପାରିବ ।

ଏହି ଘୋଷଣା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛହନ୍ତି ଯେ ଏହାର ଉପଯୋଗରେ ଟଙ୍କା କାରବାର ସହଜ ହେବ । ଏହା ସହିତ କାର୍ଡକୁ ନେଇ ହେଉଥିବା ଠକେଇରେ ମଧ୍ୟ କମି ଆସିବ । ଏହି ବିଷୟରେ ଏନପିସିଆଇ, ଏଟିଏମ ନେଟୱାର୍କ ଏବଂ ବ୍ୟାଙ୍କ୍ ଗୁଡ଼ିକୁ ଖୁବଶୀଘ୍ର ନିର୍ଦ୍ଦେଶ ଜାରି ହେବ ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.