fbpx
BSKY
BJD MC SKY
BJD MS SKY

ଆତଙ୍କୀଙ୍କ ମୁଣ୍ଡ ବିନ୍ଧାଇଲା ‘ଅପରେସନ ଅଲ ଆଉଟ’: ବଡ ଆକ୍ରମଣ କରିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କୀ ସଂଗଠନକୁ ସମୂଳେ ନାଶ କରିବା ପାଇଁ ଆରମ୍ଭ ହୋଇଛି ‘ଅପରେସନ ଅଲ ଆଉଟ’ । ବିଭିନ୍ନ ସଂଗଠନ ଉପରେ ଭାରୀ ପଡିଛି ଏହି ଅପରେସନ । ଆତଙ୍କବାଦୀ ଘଟଣାଗୁଡିକ ଉପରେ ରୋକ ଲଗାଇବା ପାଇଁ ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଚାଲୁ ରହିଛି ଏହି ଅପରେସନ । ଏହାପରେ ଆତଙ୍କୀମାନେ ଏହାକୁ ନେଇ ଆଉ ଏକ ବଡ ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଲସ୍କର-ଏ-ତୋଏବା ସଂଗଠନର ୫ ଜଣ ଆତଙ୍କୀ କାଶ୍ମୀରରେ ଆକ୍ରମଣ କରିବା ନେଇ ଚିନ୍ତା କରୁଥିବା ଦେଖିବାକୁ ମିଳିଛି ।

ତେବେ ଏପର୍ଯ୍ୟନ୍ତ ଏସ୍କରର ୫ ଆତଙ୍କବାଦୀ ଜମ୍ମୁ କାଶ୍ମୀରରେ ପଶିବା ପାଇଁ ଉଦ୍ୟମ କରିଥିବା ବେଳେ ଏହାକୁ ନେଇ ଆଲର୍ଟ ଜାରି କରିଛି ଗୁପ୍ତ ଏଜେନ୍ସି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆତଙ୍କୀମାନେ ଏବେ ପିଓକେ ଅଞ୍ଚଳରେ ରହିଥିବା ଜଣାଯାଇଛି । ତେବେ ଏହି ସୂଚନା ମିଳିବା ପରେ ବିଭିନ୍ନ ଏଜେନ୍ସିକୁ ସତର୍କ କରାଇବା ସହ ଆଲର୍ଟ ରହିବାକୁ କୁହାଯାଇଛି । ଗତକାଲି ଗୃହ ମନ୍ତ୍ରାଳୟର ମୁଖ୍ୟ ହାଫିଜ ତଲହା ସଇଦକୁ ଡିଜିନେଟିଡ ଟେରିଷ୍ଟ ଭାବେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.