fbpx

ଆର୍ଥିକ ଲାଭ ସହ କ୍ୟାରିୟରରେ ମିଳିବ ସଫଳତା, ଜାଣନ୍ତୁ କିପରି କଟିବ ଆପଣଙ୍କ ସପ୍ତାହ

Advertisement

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଜ୍ୟୋତିଷ ମଧ୍ୟ ବ୍ୟକ୍ତିର ଭବିଷ୍ୟ, ବ୍ୟକ୍ତିତ୍ୱ ଇତ୍ୟାଦି ବିଷୟରେ ଅନେକ କଥା କହିଥାଏ । ଅଙ୍କ ଶାସ୍ତ୍ରରେ ଜନ୍ମ ତାରିଖକୁ ଯୋଡ଼ି ମୋଟ୍ ସଂଖ୍ୟା(Numerology)ରୁ ବ୍ୟକ୍ତିର ଆଗାମୀ ଭବିଷ୍ୟ ବିଷୟରେ ସୂଚାଇଥାଏ । ତେବେ ଆସନ୍ତୁ ଜାଣିବା ଚଳିତ ସପ୍ତାହ(ଜୁନ୍ ୧୭ରୁ ୨୨) କିପରି ରହିବ ।

୧.  Numerology 1: ସଂଖ୍ୟା ୧ ଥିବା ବ୍ୟକ୍ତିଙ୍କୁ ଚଳିତ ସପ୍ତାହ ଉନ୍ନତିର ଅନେକ ସୁଯୋଗ ମିଳିବ । କ୍ୟାରିୟରରେ ସଫଳତା ମିଳିବ । ସମସ୍ତଙ୍କ ସହଯୋଗ ପ୍ରାପ୍ତ ହେବ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

୨. Numerology 2: ଚଳିତ ସପ୍ତାହ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଆର୍ଥିକ ସ୍ଥିତିରେ ସୁଧାର ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ଏବଂ କ୍ୟାରିୟରରେ କିଛି ନୂଆ ପରିବର୍ତ୍ତନ ହୋଇପାରେ । ଅବିବାହିତଙ୍କୁ ଶୁଭ ଖବର ମିଳିପାରେ ।

୩. Numerology 3: ଜୀବନଶୈଳୀରେ ପରିବର୍ତ୍ତନ ଦେଖାଦେଇପାରେ । ଆର୍ଥିକ ସ୍ଥିତି ମଜବୁତ ହେବା ସହ ପରିଶ୍ରମର ଫଳ ପ୍ରାପ୍ତ ହେବ ।

୪. Numerology 4: କ୍ୟାରିୟରରେ ଉନ୍ନତି ପାଇଁ ଅନେକ ସୁଯୋଗ ମିଳିବ । ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ । ଦାୟିତ୍ୱବାନ ହେବେ, ଆର୍ଥିକ ଯୋଜନା କରନ୍ତୁ । ଯାତ୍ରା କରିବାର ଯୋଗ ରହିଛି ।

୫.Numerology 5: କ୍ୟାରିୟର ସହ ଜଡ଼ିତ ସମସ୍ତ ସମସ୍ୟା ଦୂର ହେବ ଏବଂ ଶୁଭ ପରିଣାମ ମିଳିବ । ବ୍ୟକ୍ତିଗତ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ । ପରିବାର ସହିତ ଭ୍ରମଣ ପାଇଁ ଯାଇପାରନ୍ତି । ବ୍ୟବସାୟରେ ଲାଭ ହେବ ।

୬. Numerology 6: ଚଳିତ ସପ୍ତାହ ଆପଣଙ୍କ ପାଇଁ ଉତ୍ଥାନ ପତନ ନେଇ ଆସିବ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ବୁଦ୍ଧିମତାର ସହ ପରିଚାଳନା କରନ୍ତୁ । କ୍ରୋଧ ଠାରୁ ଦୂରେଇ ରୁହନ୍ତୁ । କ୍ୟାରିୟରର ଗ୍ରୋଥ୍ ପାଇଁ ନୂତନ ସୁଯୋଗ ମିଳବ ।

୭. Numerology 7: ଚଳିତ ସପ୍ତାହ ଆପଣଙ୍କ ଘର ପରିବାର ପାଇଁ ଶୁଭ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ନୂଆ ଘର କ୍ରୟ କିମ୍ବା ବଡ଼ ନିବେଶ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି ।

୮. Numerology 8: ଭାଗ୍ୟ ଆପଣଙ୍କ ସାଥ୍ ଦେବ ଏବଂ ସକାରାତ୍ମକ ଫଳାଫଳ ମିଳିବ । କ୍ୟାରିୟରରେ ବୃଦ୍ଧି ହେବ । ଧନ ଲାଭ ହେବାର ସମ୍ଭାବନା ରହିଛି । ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହ ସମୟ ବିତାନ୍ତୁ ।

୯. Numerology 9: ନୂତନ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଏହା ଶୁଭ ସମୟ ଅଟେ । ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ହେବ । କ୍ୟାରିୟରରେ ଉନ୍ନତି ହେବା ସହ ସଫଳତା ପ୍ରାପ୍ତ ହେବ । ଅଟକିଥିବା କାର୍ଯ୍ୟ ପୁରା ହେବା ସହ ଆର୍ଥିକ ଲାଭ ମିଳିବ । ଜୀବନସାଥି ସହ ସମ୍ପର୍କ ଦୃଢ଼ ହେବ ।

Get real time updates directly on you device, subscribe now.