fbpx

ହୋଟେଲ ବ୍ୟବସାୟୀ ହତ୍ୟା ଘଟଣାରେ ନୂଆ ମୋଡ଼: କେୟାରଟେକରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଳକାଟି ଫାଣ୍ଡି ଅଞ୍ଚଳର ହୋଟେଲ ବ୍ୟବସାୟୀ ବିଶ୍ୱଜିତ ନାୟକ ଓରଫ ବାବୁଙ୍କ ହତ୍ୟା ମାମଲାରେ ଏବେ ନୂଆ ମୋଡ଼ ନେଇଛି । ଏହି ମାମଲାରେ ବିଶ୍ୱଜିତଙ୍କ କେୟାରଟେକର ଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ମହିଳା ବୟସ ୩୨ ବର୍ଷ, ତାଙ୍କର ନାମ ସୋନି ଓ ସେ ପୁରୀର ଏକ ମଠର ଅନ୍ତେବାସୀ ବୋଲି କୁହାଯାଉଛି । ପୋଲିସ ଉକ୍ତ ମହିଳାଙ୍କୁ ଅଟକ ରଖି ଏକ ଗୁପ୍ତ ସ୍ଥାନରେ ଜେରା କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସୋନି ବିଶ୍ୱଜିତଙ୍କ କେୟାରଟେକର ଭାବେ ୩ ବର୍ଷ କାର୍ଯ୍ୟ କରିଥିଲେ । ବିଶ୍ୱଜିତ ଓ ସୋନିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପୋଲିସ ପଚରାଉଚରା କରୁଥିବା ବେଳେ ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ବିଶ୍ୱଜିତ ବିବାହ ପାଇଁ ରାଜି ନଥିବା ବେଳେ ବିବାହ ପାଇଁ ସୋନି ତାଙ୍କୁ ବାଧ୍ୟ କରିଥିଲେ । ତେବେ ବିଶ୍ୱଜିତ ମନା କରିବାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି ।

ସେହିପରି ସମ୍ପତ୍ତି କାରଣରୁ ବିଶ୍ୱଜିତଙ୍କୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ପଛର ସମସ୍ତ କାରଣ ପୋଲିସ ଖୋଜୁଛି । ଗତ ୧୨ ତାରିଖ ସକାଳେ ପାଖ ପଡ଼ୋଶୀ ସୋନିଙ୍କୁ ବିଶ୍ୱଜିତଙ୍କ ସହ ଦେଖିଥିବା କହିଛନ୍ତି । ପୋଲିସ ବିଶ୍ୱଜିତଙ୍କ କୋଠରୀରୁ କିଛି ତଥ୍ୟ ପାଇବା ସହିତ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିଛି । ବିଶ୍ୱଜିତଙ୍କ ମା, ଦୁଇ ପୁଅ, ବାପା ଓ ମା’ଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଛି । ସୋନି ପୂର୍ବରୁ ଏକ ହତ୍ୟା ମାମଲାରେ ୧୨ ଧରି ଜେଲଦଣ୍ଡ ଭୋଗିଥିବା ଜଣାପଡ଼ିଛି । ଭୁବନେଶ୍ୱର ଡିସିପି ପ୍ରତୀପ ସିଂହ ଏକ ପ୍ରେସ୍ ମିଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.