fbpx

କରୋନା ଭାଇରସ, ମାର୍ଚ୍ଚ ୩୧ଯାଏଁ ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ସିନେମା ହଲ, ସ୍କୁଲ ଓ କଲେଜ

ନୂଆଦିଲ୍ଲୀ, ୧୨ା୩: କରୋନାକୁ ମହାମାରୀ ବୋଲି କହିଛନ୍ତି ଦିଲ୍ଲୀ ସରକାର । ଏନେଇ ୩୧ ମାର୍ଚ୍ଚ ଯାଏଁ ଦିଲ୍ଲୀରେ ସମସ୍ତ ସିନେମା ହଲ ବନ୍ଦ ରହିବ । ସମସ୍ତ ସିନେମା ହଲ ବନ୍ଦ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ମଧ୍ୟ ମାର୍ଚ୍ଚ ୩୧ଯାଏଁ ବନ୍ଦ ରହିବ ।
ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ କରୋନାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସାରା ବିଶ୍ୱରେ କରୋନା ଯୋଗୁଁ ୪ହଜାର ୫୮୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହାସହ ୧ଲକ୍ଷ ୨୪ହଜାର ୭୭୭ ଆକ୍ରାନ୍ତ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି । ୬୭ ହଜାର କରୋନା ଆକ୍ରାନ୍ତ ଏଯାଏଁ ସୁସ୍ଥ ହୋଇପାରି ନାହାନ୍ତି ବୋଲି ସୂଚନା ମିଳିଛି । ଭାରତରେ ୭୩ଜଣ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.