fbpx

ୟେସ୍ ବ୍ୟାଙ୍କ ବିବାଦ, ସବୁ ରାଜ୍ୟକୁ ଚିଠି ଲେଖିଲା ଆରବିଆଇ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨ା୩: ୟେସ୍ ବ୍ୟାଙ୍କ ସଙ୍କଟ ପ୍ରସଙ୍ଗରେ ଗୁରୁବାର ସବୁ ରାଜ୍ୟକୁ ଆରବିଆଇ ପକ୍ଷରୁ ଚିଠି ଲେଖାଯାଇଛି । ଏହି ଚିଠିରେ ଘରୋଇ ବ୍ୟାଙ୍କରୁ ଅର୍ଥ ନଉଠାଇବାକୁ ଆରବିଆଇ ପକ୍ଷରୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଘରୋଇ ବ୍ୟାଙ୍କରେ ଅର୍ଥ ସୁରକ୍ଷିତ ଥିବା ନେଇ ଆଶ୍ୱସନା ଦେଇଛି ଆରବିଆଇ । ଓଡ଼ିଶା ସରକାରଙ୍କ ନିକଟକୁ ଆରବିଆଇ ପକ୍ଷରୁ ଆସିଥିବା ଚିଠିରେ ଦର୍ଶାଯାଇଛି ଯେ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି । ଠିକ୍ ସମୟରେ ଏହାକୁ ଫେରସ୍ତ ପାଇଁ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ସମୟରେ ଜାରି ରହିଥିବା ଅଚଳାବସ୍ତାକୁ ମୁକାବିଲା କରାଯାଉଛି ବୋଲି ଓଡ଼ିଶା ମୁଖ୍ୟଶାସନ ସଚିବ ଅସିତ ତ୍ରୀପାଠୀଙ୍କୁ ଚିଠି ଜରିଆରେ ଜଣାଇଛନ୍ତି ଆରବିଆଇ ଡ଼େପୁଟି ଗଭର୍ଣ୍ଣର ବିଶ୍ୱନାଥନ ।

ପୂର୍ବରୁ ଗ୍ରାହକମାନେ ୩୦ଦିନ ମଧ୍ୟରେ ୫୦ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି ବୋଲି କଟକଣା ଲାଗୁ ହୋଇଥିଲା । ଏହି କଟକଣା ଲାଗୁ କରିଥିଲା ଆରବିଆଇ । ଏନେଇ ୟେସ୍ ବ୍ୟାଙ୍କରୁ ଜମା ଟଙ୍କା ଉଠାଇବା ପାଇଁ ଏଟିଏମ ଆଗରେ ଗ୍ରାହକମାନେ ଲମ୍ବା ଲାଇନ କରିଥିବା ଦେଖିବାକୁ ମିଳିଥିଲା ।

 

Get real time updates directly on you device, subscribe now.