fbpx

ଜାତୀୟ ପୁରସ୍କାର ବିଜେତା କାର୍ଟୁନିଷ୍ଟ ଗୌତମ ବେନେଗଲଙ୍କ ପରଲୋକ

ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ଲେଖକ, କାର୍ଟୁନିଷ୍ଟ, ଆନିମେସନ୍ ଫିଲ୍ମ ନିର୍ମାତା ଗୌତମ୍ ବେନେଗଲ୍ ଙ୍କର ଆଜି ପରଲୋକ ହୋଇଯାଇଛି । ସେ ୫୬ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ଏନେଇ ତାଙ୍କ ବନ୍ଧୁ କାଇଜାଦ୍ କୋଟୱାଲ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।

କାଇଜାଦ୍ ସୋସିଆଲ ମିଡିଆରେ ଏନେଇ ଲେଖିଛନ୍ତି ଯେ, ଗୌତମ ବେନେଗଲ୍ ଆଉ ନାହାନ୍ତି । ଗତ କାଲି ସେମାନେ ଦୁହେଁ ମେସେଜ୍ ମାଧ୍ୟମରେ କଥା ହୋଇଥିଲେ । ଭାରତ ପାଇଁ ଏହା ଏକ ବଡ଼ ଦୁଃଖ, ଖାସ୍ କରି ତାଙ୍କର ଆର୍ଟିଷ୍ଟ ଫ୍ୟାନ୍ସଙ୍କ ପାଇଁ ଏହା ଖୁବ୍ ଦୁଃଖଦ ପୁର୍ଣ୍ଣ । ଗୌତମଙ୍କ ନିଧନ ଖବର ପରେ ତାଙ୍କ ଫ୍ୟାନ୍ସ ଏବଂ ବନ୍ଧୁ ପରିଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.