fbpx

ଅଭିନେତା ଟାଇଗର ଶ୍ରଫଙ୍କ ବିରୋଧରେ ମାମଲା ରୁଜୁ, ଜାଣନ୍ତୁ କାହିଁକି?

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ବିରୋଧରେ କରୋନା ନିୟମ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ ହୋଇଛି । ବିନା କାରଣରେ ସର୍ବସାଧାରଣ ଜାଗାରେ ଏଣେତେଣେ ବୁଲିବା ନେଇ ଶ୍ରଫ୍ ବିରୋଧରେ ମାମଲା ରୁଜୁ ହୋଇଥିବା ମୁମ୍ବାଇ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ କହିଛି ଯେ, ଅପରାହ୍ନ ୨ଟା ପରେ ବିନା କାରଣରେ ମୁମ୍ବାଇରେ ବୁଲୁଥିବା ଲୋକଙ୍କ ଉପରେ କଟକଣା ଲାଗୁ ହୋଇଛି । କିନ୍ତୁ ଏହା ପରେ ବି ଶ୍ରଫ୍ ବାନ୍ଦ୍ରା ବସଷ୍ଟାଣ୍ଡ ନିକଟରେ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଭାରତୀୟ ଦଣ୍ଡବିଧୀ ଆଇନର ଧାରା ୧୮୮ ଅନୁଯାୟୀ ଶ୍ରଫଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ମଙ୍ଗବାର ଅପରାହ୍ନରେ ଦିଶା ପାଟାନୀ ଓ ଟାଇଗର ଜିମରୁ ଫେରିବା ପରେ ଗୋଟିଏ ଗାଡିରେ ମୁମ୍ବାଇର ବାନ୍ଦ୍ରା ବସଷ୍ଟାଣ୍ଡ ନିକଟରେ ବୁଲୁଥିଲେ । ଦ୍ୱିତୀୟ ରାଉଣ୍ଡ ବୁଲିବା ସମୟରେ ମୁମ୍ବାଇ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ଟାଇଗର କାର ପଛରେ ବସିଥିବା ବେଳେ ଦିଶା ଆଗରେ ବସିଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.