fbpx

ସାମନ୍ଥାଙ୍କ ଆଇଟମ ସଙ୍ଗକୁ ନେଇ କୋର୍ଟରେ ମାମଲା: ଭିଡିଓ ଦେଖିଲେଣି ୭୧ ଲକ୍ଷ ଦର୍ଶକ

ମୁମ୍ବାଇ: ପୁଷ୍ପା: ଦ ରାଇଜ ଚଳଚିତ୍ରଟି ଆଉ ମାତ୍ର ୩ ଦିନ ପରେ ରିଲିଜ ହେବାକୁ ଯାଉଛି । ଡିଭୋର୍ସ ପରେ ପରଦାକୁ ଫେରିଥିବା ସାମନ୍ଥା ରଥ ପ୍ରଭୁଙ୍କ ପାଇଁ ଝଟକା । ଓ ଅଣ୍ଟାବା ନାମକ ଏହି ଗୀତଟି ଏକାସାଙ୍ଗରେ ତେଲୁଗୁ, ତାମିଲ ଓ କନ୍ନଡରେ ରିଲିଜ ହୋଇଛି । ଆଦିତ୍ୟ ମ୍ୟୁଜିକ ଏହି ଗୀତଟିର ଲିରିକାଲ ଭିଡିଓ ରିଲିଜ କରିଥିବା ବେଳେ ୪ ଦିନରେ ୨୮ ମିଲିୟନ ଦର୍ଶକ ଦେଖିଥିଲେ । ସେହିପରି ୨୪ ଘଣ୍ଟା ପୂର୍ବରୁ ଏହି ଗୀତର ଏକ ୧୯ ସେକେଣ୍ଡର ଟିଜର ରିଲିଜ୍ କରାଯାଇଥିଲା ଯାହାକୁ ୭.୧ମିଲିୟନ ବା ୭୧ ଲକ୍ଷ ଦର୍ଶକ ଦେଖିଛନ୍ତି ।

ସାମନ୍ଥାଙ୍କ ହଟ ଅନ୍ଦାଜକୁ ସମସ୍ତେ ବେଶ ପସନ୍ଦ କରିଥିବା ବେଳେ ଗୀତର ଲିରିକ୍ସକୁ ନେଇ କୋର୍ଟରେ ମାମଲା ରୁଜୁ କରାଯାଇଛି । ଏହି ଗୀତରେ ପୁରୁଷଙ୍କ ଖରାପ ଢଙ୍ଗରେ ଦେଖାଇବାକୁ ପ୍ରୟାସ କରାଯାଇଛି ବୋଲି ଅଭିଯୋଗ କରିବା ସହିତ ମାମଲା ରୁଜୁ କରିଛନ୍ତି କିଛି ପୁରୁଷ ସଂଘ । ଚନ୍ଦ୍ର ବୋଷ ଏହାର ଲିରିକ୍ସ ଲେଖିଥିବା ବେଳେ ଡିଏସପି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଦୁଇଟି ପାର୍ଟ ବିଶିଷ୍ଟ ସୁକୁମାରଙ୍କ ଏହି ଫିଲ୍ମଟି ଡିସେମ୍ବର ୧୭ ତାରିଖରେ ରିଲିଜ ହେବ । ପୁଷ୍ପା ପାର୍ଟ-୧ରେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ରହିଥିବା ବେଳେ ଫହାଦ୍ ଫସିଲ୍ ନକରାତ୍ମକ ଭୂମିକାରେ ନଜର ଆସିବେ ।
ଭିଡିଓ

Get real time updates directly on you device, subscribe now.