fbpx

ଆପଣଙ୍କ ଯୋଗୁଁ ହିଁ ଜୀବିତ ଅଛନ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ, ଧନ୍ୟବାଦ ଜଣାଇଲେ ସେନା, ଗାଁକୁ ପୋଷ୍ୟଭାବେ ଗ୍ରହଣ କଲେ

ନୂଆଦିଲ୍ଲୀ : ଦିବଙ୍ଗତ ସିଡିଏସ ଜେନେରାଲ ବିପିନ ରାଓ୍ଵତଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ହେଲିକପ୍ଟର ଗତ ବୁଧବାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୧୪ ଜଣଙ୍କ ମଧ୍ୟରୁ ସିଡିଏସ ରାଓ୍ଵତଙ୍କ ସମେତ ୧୩ ଜଣଙ୍କ ପ୍ରାଣହାନୀ ଘଟିଥିଲା। ତେବେ ଏହି ଘଟଣାର ଉଦ୍ଧାରକାର୍ଯ୍ୟରେ ସାହାଯ୍ୟ କରିଥିବା ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛି ଭାରତୀୟ ବାୟୁସେନା। ସେନା କହିଛି ପୀଡିତଙ୍କ ପାଇଁ ଗାଁ ଲୋକ ଭଗବାନ ପରି କାମ କରିଛନ୍ତି।
ସେନା କହିଛି, ଆପଣଙ୍କ ମଧ୍ୟରୁ ଅନେକ ଲୋକ ଆମକୁ ସାହାଯ୍ୟ କରିଛନ୍ତି। ଗାଁ ଲୋକଙ୍କ ବିନା ସହାୟତାରେ ୧୪ ଜଣଙ୍କୁ ଠିକ୍ ସମୟରେ ହସ୍ପିଟାଲ ନିଆଯାଇ ପାରିନଥାନ୍ତା। ଫଳସ୍ଵରୂପ ବାୟୁସେନାର ଜଣେ ଅଧିକାରୀ ଆଜି ଜୀବିତ ଅଛନ୍ତି। ତେବେ ସେ ବେଙ୍ଗାଲୁରୁ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଯଦି ସେ ଆଜି ଜୀବିତ ଅଛନ୍ତି କେବଳ ଆପଣଙ୍କ ପାଇଁ।
ସେନା କହିଛି, ଆପଣ ଏହି ୧୪ ଜଣଙ୍କ ପାଇଁ ଭଗବାନ ପରି ଥିଲେ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଦକ୍ଷିଣ ଭାରତର ଜେନେରାଲ ଅଫିସର କମାଣ୍ଡିଂ ମୁଖ୍ୟାଳୟର ଲେଫ୍ଟନାଣ୍ଟ ଜେନେରାଲ ଏ ଅରୁଣ କହିଛନ୍ତି, ଗାଁ ଲୋକଙ୍କ ସାହାଯ୍ୟ ହେତୁ ଆଜି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ ଜୀବିତ ଅଛନ୍ତି। ଏଥିପାଇଁ ଦକ୍ଷିଣ ଭାରତୀୟ ମୁଖ୍ୟାଳୟ ଉକ୍ତ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛି। ଏଥିସହ ଗାଁ ଲୋକଙ୍କୁ କମ୍ବଳ, ରାସନ ସାମଗ୍ରୀ ଓ ଜରୁରୀକାଳୀନ ଲ୍ୟାମ୍ପ ବିତରଣ କରାଯାଇଛି।
ଲେଫ୍ଟନାଣ୍ଟ କର୍ଣ୍ଣେଲ ଉଦ୍ଧାରକାର୍ଯ୍ୟରେ ଯୋଗଦାନ ପାଇଁ ତାମିଲନାଡୁ ସରକାର, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ବିଭିନ୍ନ ବିଭାଗର ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି।
ବରିଷ୍ଠ ଫାୟରମ୍ୟାନ ଏନସି ମୁରଲୀ କହିଛନ୍ତି, ଆମେ ଦୁଇ ଜଣ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିଥିଲୁ। ସେଥିରୁ ଜଣେ ଥିଲେ ସିଡିଏସ ବିପିନ ରାଓ୍ଵତ। ଯେମିତି ତାଙ୍କୁ ଆମେ ବାହାରକୁ ଆଣିଲୁ ସେ ହିନ୍ଦୀରେ ରକ୍ଷା କର୍ମୀଙ୍କୁ ଅଳ୍ପ ସ୍ଵରରେ ନିଜ ନାଁ କହିଥିଲେ। ତାଙ୍କ ଅନୁଯାୟୀ, ଜେନେରାଲ ରାଓ୍ଵତଙ୍କ ଶରୀରର ନିମ୍ନ ଭାଗରେ ଗୁରୁତର ଆଘାତ ଲାଗିଥିଲା। ମୁରଲୀ କହିଛନ୍ତି, ତାଙ୍କୁ ବେଡସିଟ୍ରେ ଗୋଡାଇ ଆମ୍ବୁଲାନ୍ସରେ ଅଣାଯାଇଥିଲା। ତେବେ ହସ୍ପିଟାଲ ନେବା ସମୟରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

Get real time updates directly on you device, subscribe now.