fbpx

କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଆବେଦନ କଲେ ଜାଭେଦ ଅଖତର, ମାନହାନି କେସ୍ ସହ ଜଡ଼ିତ ଏହି ମାମଲା

ମୁମ୍ବାଇ: ଦିଗ୍ଗଜ ଲେଖକ ତଥା ଗୀତିକାର ଜାଭେଦ ଅଖତର ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ବିବାଦ ବିଷୟରେ କାହରିକୁ ଅଛପା ନାହିଁ । ଏହାରି ମଧ୍ୟରେ ଜାଭେଦ ଅଖତର ସୋମବାର ମୁମ୍ବାଇର ଏକ କୋର୍ଟରେ ଯାଚିକା ଦାୟର କରି କଙ୍ଗନାଙ୍କ ବିରୋଧରେ ମାନହାନି ମାମଲାରେ ଜାମିନ୍ ବିହୀନ ୱାରେଣ୍ଟ ପାଇଁ ଆବେଦନ କରିଛନ୍ତି । ଆବେଦନରେ କଙ୍ଗନା ମାନହାନି ମାମଲାକୁ କୌଣସି ନା କୌଣସି ଉପାୟରେ ଘୁଞ୍ଚାଇଦେଉଥିବାର କଥା ମଧ୍ୟ ଉଲ୍ଲେଖ ରହିଛି । କଙ୍ଗନା ଶେଷ ଥର ୨୦ ସେପ୍ଟେମ୍ବରରେ ଅନେ୍ଧରୀର ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ ଆରଆର ଖାନଙ୍କ ସାମ୍ନାରେ ଉପସ୍ଥିତ ହୋଇଥିଲେ ।

ଜାଭେଦ ଅଖତରଙ୍କ ଓକିଲ ଜୟ ଭରଦ୍ୱାଜ କହିଛନ୍ତି କଙ୍ଗନାଙ୍କ ବ୍ୟବହାରରୁ ଏଭଳି ଲାଗୁଛି ଯେ ସେ କୋର୍ଟର କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିବାକୁ ସମସ୍ତ ପ୍ରୟାସ କରୁଛନ୍ତି । କଙ୍ଗନା କୋର୍ଟରେ ମିଥ୍ୟା ଏବଂ ଭୁଲ ତଥ୍ୟ ଦେଉଛନ୍ତି ବୋଲି ମଧ୍ୟ କହିଛନ୍ତି । ସେ ଆହୁରି କହିଛନ୍ତି କଙ୍ଗନାଙ୍କ କାରଣରୁ କେସ୍ ଆରମ୍ଭ ହେବା ପରଠାରୁ ଆଗକୁ ବଢ଼ିନାହିଁ  । ସେ ଜାଣିଶୁଣି ଅନୁପସ୍ଥିତ ରହୁଛନ୍ତି ଫଲରେ ମାମଲାର ଶୁଣାଣିରେ ବିଳମ୍ବ ହେଉଛି । କଙ୍ଗନା ମମାଲାକୁ ଜଟିଳ କରିବା ଏବଂ କୋର୍ଟକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ।

ମାମଲାରେ କୋର୍ଟ କଙ୍ଗାନାଙ୍କୁ ଜାନୁଆରୀ ୪ ମଧ୍ୟରେ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନରେ କୁହାଯାଇଛି ଯେ କଙ୍ଗାନା ଅସୁସ୍ଥତା କାରଣରୁ ଆସିପାରିନଥିଲେ କିନ୍ତୁ ୧୫ ତାରିଖ ଦିନର ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡ଼ୁଛି ସେ ସକ୍ରିୟ ଭାବେ ସୁଟିଂ କରୁଛନ୍ତି । ଆବେଦନ ଆହୁରି କୁହାଯାଇଛି କଙ୍ଗନା ରଣାୱତ ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ୍ ଅଦାଲତଙ୍କ ଆଦେଶ କୁ ଚାଲେଞ୍ଜ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଯାଚିକା ଦାୟର ହୋଇନାହିଁ ।

Get real time updates directly on you device, subscribe now.