fbpx

ମମିତା ହତ୍ୟା ମାମଲା: ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ମାମଲା, ଭାରତୀୟ ବିକାଶ ପରିଷଦ କଲା ଅପିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲା ଏବେ ରାଜନୈତିକ ମୋଡ଼ ନେଇଛି । ପ୍ରତିଦିନ ଏହାକୁ ନେଇ ନୂଆ ନୂଆ ସୂଚନା ମିଳୁଛି । ଏବେ ମନ୍ତ୍ରୀ ଦିବ୍ୟଶଙ୍କରୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମାମଲା ରୁଜୁ ହୋଇଛି । ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦର ଇଣ୍ଟରିମ୍ ଆପ୍ଲିକସେନ୍ ଦିଆଯାଇଛି । ମୂଳ ମାମଲାରେ ସାନି ଆବେଦନ ଯୋଡ଼ିଛି ଭାରତୀୟ ବିକାଶ ପରିଷଦ । ତେବେ ହାଇକୋର୍ଟରେ ମାମଲା ଦାୟର କରାଯିବା ପରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ପୀଡ଼ିତାଙ୍କ ବାପା ମଧ୍ୟ ଅଭିଯୋଗ କରିଛନ୍ତି । ତେଣୁ ପରିଷଦ ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଡିଆଇଜି, ବଲାଙ୍ଗିର ଏସପିଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଅପିଲ୍ କରାଯାଇଛି । ଅପରାଧୀଙ୍କୁ ଖସାଇବା ପାଇଁ ଉଭୟ ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ହୋଇଛି । ତେଣୁ ଉଭୟଙ୍କ ନାଁରେ ମାମଲା ସହ ତଦନ୍ତ ପରିସରଭୁକ୍ତ କରିବାକୁ ଅପିଲ୍ କରାଯାଇଛି ।

Get real time updates directly on you device, subscribe now.