fbpx

ହାଇୱେରେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ Cashless ଚିକିତ୍ସା, ସରକାର ଉଠାଇବାକୁ ଯାଉଛନ୍ତି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଲେ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ପାଇଁ କ୍ୟାସଲେସ୍ ଚିକିତ୍ସା ଯୋଜନା ପାଇଁ ବ୍ୟବସ୍ଥା କରାଯାଉଛି । ଯାହାଫଳରେ ଆହତ ମାନେ ଟଙ୍କା ହେତୁ ଡାକ୍ତରଖାନାରେ ଭର୍ତ୍ତି ହେବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଏଥିପାଇଁ ବୀମା କମ୍ପାନୀଗୁଡିକରୁ ବିଡ୍ ଡକାଯାଇଛି । ଏହି କ୍ରମରେ ଦିଲ୍ଲୀ-ମୁମ୍ବାଇ-ଚେନ୍ନାଇ, ଚେନ୍ନାଇ-କୋଲକାତା, କୋଲକାତା-ଆଗ୍ରା ଏବଂ ଆଗ୍ରାରୁ ଦିଲ୍ଲୀ କୋରିଡର୍ ରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଏନଏଚଏଆଇ ବିଡ୍ ଡାକିଛି । ଏହା ଅଧୀନରେ, ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ, ରାଜପଥ ଦୁର୍ଘଟଣାର ଶିକାର ହୋଇଥିବା ଆହତଙ୍କୁ ବୀମା କମ୍ପାନୀମାନଙ୍କୁ ନଗଦବିହୀନ ଚିକିତ୍ସା ଯୋଗାଇବାକୁ ପଡ଼ିବ ।

ତେବେ ଏହି ବିଡ୍ ରେ ଯେଉଁ ମାନେ ଜିତିବେ ସେମାନେ ହାଇୱେରେ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ସଠିକ୍ ଚିକିତ୍ସା ଯୋଗାଇବେ । କମ୍ପାନୀକୁ ୩୦ ହଜାର ପର୍ଯ୍ୟନ୍ତ ଚିକିତ୍ସା କରିବାକୁ ହେବ । ବୀମା କମ୍ପାନୀ ହାତରେ ପୀଡ଼ିତଙ୍କୁ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇବାର ଦାୟିତ୍ୱ ରହିବ । ଏନଏଚଏଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ପ୍ରସଙ୍ଗରେ କିଛି ବଡ଼ ବଡ଼ ବୀମା କମ୍ପାନୀ ସହିତ ପ୍ରଥମ ରାଉଣ୍ଡ କଥାବାର୍ତ୍ତା କରିଛନ୍ତି । ତେବେ ଯଦି ଏହା ସଫଳ ହୁଏ ତାହେଲେ ଏଥିପାଇଁ ଏକ ହେଲପଲାଇନ୍ ଜାରି କରାଯିବ ଓ ଉକ୍ତ ରାଜପଥରେ ଆମ୍ବୁଲାନ୍ସ ନିୟୋଜିତ କରାଯିବ ।

Get real time updates directly on you device, subscribe now.