ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ AI, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ବଡ଼ ସୂଚନା

ଆବାସ: ଅଯୋଗ୍ୟଙ୍କୁ ଧରିବ ଏଆଇ

ଭୁବନେଶ୍ୱର: ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ। ଆବାସ କିମ୍ବା ଅନ୍ତ୍ୟୋଦୟରେ ଘର କରିଥିଲେ ଆକ୍ସନ ନିଆଯିବ। ପୁଞ୍ଜିପତି ଘର ନେଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସୂଚନା ଜାରି କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।

ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା। ପର୍ଯ୍ୟାୟ କ୍ରମେ ଲୋକଙ୍କୁ ଦିଆଯିବ ଆବାସ ଘର । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।

ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର । ପରେ ପର୍ୟ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ ।