fbpx

ଅକ୍ଷୟ କୁମାରଙ୍କ ‘OMG-2’କୁ ଝଟକା: ୨୦ଟି ଦୃଶ୍ୟ କାଟିବା ଲାଗି ପରାମର୍ଶ ଦେଲା ସମୀକ୍ଷା କମିଟି

ନୂଆଦିଲ୍ଲୀ:ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଓ ମାଇଁ ଗଡ-୨କୁ ନେଇ ବିବାଦ ଥମିବାର ନାଁ ଧରୁନି । ପୂର୍ବରୁ ସେନ୍ସର ବୋର୍ଡର ଅନୁସନ୍ଧାନ କମିଟି ଏହି ଚଳଚିତ୍ରକୁ ସମୀକ୍ଷା କମିଟିକୁ ପଠାଇଥିଲା । ବର୍ତ୍ତମାନ ଚଳଚ୍ଚିତ୍ରକୁ ଦେଖିବା ପରେ ସମୀକ୍ଷା କମିଟ ଏଥିରେ ଥିବା୨୦ଟି ସିନ୍ ବା ଦୃଶ୍ୟକୁ କଟ୍ କରିବା ଲାଗି ପରାମର୍ଶ ଦେଇଛି । ଏଥି ସହ ଚଳଚ୍ଚିତ୍ରକୁ ‘ଏ’ ସାର୍ଟିଫିକେଟ୍ ଦେବା ପାଇଁ କମିଟି ପରାମର୍ଶ ଦେଇଛି ।

ତେବେ ସମୀକ୍ଷା କମିଟର ଏହି ପରାମର୍ଶ ପରେ ଚଳଚ୍ଚିତ୍ର ନିର୍ମାତା ଖୁସି ନାହାନ୍ତି । ନିର୍ମାତାଙ୍କ କହିବା କଥା ଫିଲ୍ମିରେ ସେମିତି କିଛି ନାହିଁ , ଯେଉଁଠି ସିନ୍ କାଟିବାର ଆବଶ୍ୟକତା ଅଛି । ତେବେ ଚଳଚ୍ଚିତ୍ରଟି ଅଗଷ୍ଟ ୧୧ରେ ସିନେମାଘରକୁ ଆସିବା ପାଇଁ ପ୍ରସ୍ତୁତ ହେଉଛି । ରିଲିଜ ହେବାକୁ ମାତ୍ର ୧୫ଦିନ ବାକିଥିବା ବେଳେ ଏହାକୁ ସେନ୍ସର ବୋର୍ଡ ଅନୁମୋଦନ କରିନାହିଁ ।

ଏହା ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ କରିନାହାଁନ୍ତି । ଫିଲ୍ମର ପ୍ରମୋସନ ମଧ୍ୟ ହୋଇପାରୁନି । ଏଭଳି ପରିସ୍ଥିତିରେ ଫିଲ୍ମି ରିଲିଜ ତାରିଖ ଘୁଞ୍ଚିପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି । ଜୁଲାଇ ୧୧ରେ ରିଲିଜ ହୋଇଥିବା ଫିଲ୍ମର ଟିଜର ଦର୍ଶକମାନଙ୍କୁ ବେସ ପସନ୍ଦ ଆସିଥିଲା । ତେବେ ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀ ବ୍ୟତୀତ ୟାମୀ ଗୌତମ ମୁଖ୍ୟ ଭୂମିକାରେ ନଜର ଆସିବେ ।

Get real time updates directly on you device, subscribe now.