fbpx

କମିଶନରଙ୍କ ଅଫିସରେ ସିବିଆଇ ଟିମ୍

ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମାମଲର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ଗିରଫ କରିଛି କମିଶନରେଟ ପୋଲିସ । ଏହି ପ୍ରସଙ୍ଗରେ ପୋଲିସ କମିଶନରଙ୍କ ଅଫିସରରେ ପହଞ୍ଚିଛି ସିବିଆଇର ୨ ଜଣିଆ ଟିମ୍ । ସିବିଆଇର ଜଣେ ଅଧିକାରୀ ଓ ଜଣେ ଓକିଲ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀଙ୍କ ସହ ଭେଟ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ମାମଲାରେ ସିବିଆଇର ଆଲୋଚନା ହୋଇଥିବା ଜଣାପଡିଛି ।

ପୋଲିସ କମିଶନରଙ୍କୁ ଭେଟିବା ପରେ ସିବିଆଇ ଟିମ ପକ୍ଷରୁ ସବିଶେଷ ବିବରଣୀ ମିଳିପାରି ନାହିଁ । ସିବିଆଇ ଟିମ୍ ପକ୍ଷରୁ କୁହାଯାଇଛି ଯେ, ‘ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ଆଲୋଚନା ଗୋପନୀୟ ଥିଲା ।’

ତେବେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ବିବନ କାଲିଠାରୁ ଜେଲରେ ରହିଛି । ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ବିବନ ମହାରାଷ୍ଟ୍ର ପୁଣେରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ । ବିବନ ଧରାପଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା ।

Get real time updates directly on you device, subscribe now.