fbpx

ଆଜିଠାରୁ CBSE ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କର Term-2 ପରୀକ୍ଷା ଆରମ୍ଭ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସଇ ଅଧୀନରେ ଥିବା ସମସ୍ତ ସ୍କୁଲମାନଙ୍କରେ ପାଖପାଖି ୫୦ ଦିନ ଧରି ଏହି ପରୀକ୍ଷା ଅଫଲାଇନ ମୋଡ଼ରେ ଚାଲିବ । ଦଶମ ଶ୍ରେଣୀ ପିଲାଙ୍କର ପରୀକ୍ଷା ଆସନ୍ତା ମେ ମାସ ୨୪ ତାରିଖ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଆସନ୍ତା ଜୁନ୍ ମାସ ୧୫ ତାରିଖରେ ସମାପ୍ତ ହେବ । ଛାତ୍ରଛାତ୍ରୀମାନେ ଯେପରି ପରୀକ୍ଷା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ଦୁଇଟି ସବଜେକ୍ଟ ମଧ୍ୟରେ ବଡ଼ ବ୍ୟବଧାନ ରଖାଯାଇଛି ।

ପ୍ରତ୍ୟେକ ସବଜେକ୍ଟର ଏକଗାମ ସକାଳ ୧୦ଟା ୩୦ ମିନିଟରୁ ଆରମ୍ଭ ହେବ । ତେଣୁ ଛାତ୍ରଛାତ୍ରୀମାନେ ୧୦ଟା ସୁଦ୍ଧା ନିଜ ନିଜ ସିଟରେ ବସିବେ ଓ ୧୦ଟା ୧୫ ମଧ୍ୟରେ ସମସ୍ତଙ୍କୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ । ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍ ସମୟ ଦିଆଯିବ । ପ୍ରଥମ ଦିନରେ ଦଶମ ଶ୍ରେଣୀ ପିଲାଙ୍କର ୪ଟି ବିଷୟ ଓ ଦ୍ୱାଦଶ ଶ୍ରେଣୀର ୩ଟି ବିଷୟର ପରୀକ୍ଷା ରହିଛି । ଆସନ୍ତା ୨୭ ତାରିଖରେ ଦଶମ ଶ୍ରେଣୀ ପିଲାଙ୍କର ଇଂରାଜୀ ସବଜେକ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଓଡ଼ିଶାରୁ ଦ୍ୱାଦଶର ଶ୍ରେଣୀର ପାଖାପାଖି ୧୮ ହଜାର ଓ ଦଶମ ଶ୍ରେଣୀର ୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ତେବେ ପରୀକ୍ଷା ସମୟରେ କୋଭିଡ୍ କଟକଣାକୁ ମାନିବାକୁ ପଡ଼ିବ । ପରୀକ୍ଷା ହଲକୁ ଆସିବା ପୂର୍ବରୁ ହ୍ୟାଣ୍ଡ ସାନିଟାଇଜର ଆଣିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହିତ ତାତି ବଢ଼ୁଥିବାରୁ ପାଣି ବୋତଲ ନେଇ ଆସିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି ।

Get real time updates directly on you device, subscribe now.