fbpx

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ, ୯୯.୩୭ ପ୍ରତିଶତ ପିଲା ପାସ୍

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । cbseresults.nic.in ଓ cbse.gov.in ରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ ୯୯.୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି । କରୋନା ମହାମାରୀ ପାଇଁ ପରୀକ୍ଷା ବାତିଲ ହୋଇଥିଲା । ଏବର୍ଷ ଝିଅ ମାନେ ଭଲ ପ୍ରଦର୍ଶନ କରିଛନ୍ତି । ଏଥର ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ବେଳେ ୯୯.୧୩ ପ୍ରତିଶତ ଛାତ୍ର ଏଥର ପାସ୍ କରିଛନ୍ତି । ସିବିଏସଇ ଦ୍ୱାଦଶରେ ଏବର୍ଷ ୧୪.୫ ଲକ୍ଷ ପିଲା ପରୀକ୍ଷା ଦେଇଥିବା ସୂଚନା ରହିଛି ।

Get real time updates directly on you device, subscribe now.