fbpx

୩୦ ମିନିଟରେ ହେବ CBSE ଦ୍ୱାଦଶ ପରୀକ୍ଷା, ୧ ଜୁନରେ ତାରିଖ ଘୋଷଣା କରିବେ ଶିକ୍ଷାମନ୍ତ୍ରୀ!

ନୂଆଦିଲ୍ଲୀ: CBSE ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଜୁନ୍ ୧ ରେ ହୋଇପାରେ ବଡ ଘୋଷଣା । ସୂତ୍ର ଅନୁସାରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିପାରନ୍ତି । ଏହା ବ୍ୟତିତ ବୋର୍ଡ ପରୀକ୍ଷାର ଫର୍ମାଟ୍ ଓ ଏହାର ଆୟୋଜନ କରିବାର ପଦ୍ଧତିରେ ଚୂଡାନ୍ତ ନିଷ୍ପତ୍ତି ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।

ସୂତ୍ର ଅନୁସାରେ, ଗତବର୍ଷ କୋଭିଡ ପ୍ରୋଟୋକଲରେ ଯେପରି ଜୁଲାଇରେ ପରୀକ୍ଷା ହୋଇଥିଲା, ଚଳିତ ବର୍ଷ ମଧ୍ୟ ସେହିପରି ଜୁଲାଇରେ ପରୀକ୍ଷା ହେବାର ସମ୍ଭାବନା ରହିଛି । ୧୫ ଜୁଲାଇରୁ ୨୬ ଅଗଷ୍ଟ ମଧ୍ୟରେ ପରୀକ୍ଷା ଆୟୋଜିତ କରିବା ସହ ସେପ୍ଟେମ୍ବରରେ ରେଜଲ୍ଟ ଘୋଷଣା କରିବାକୁ ସିବିଏସଇ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।

ତେବେ କେନ୍ଦ୍ରୀ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ୩୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଦ୍ୱାଦଶ ବୋର୍ଡ ପରୀକ୍ଷା ଆୟୋଜିତ କରିବାକୁ ସହମତି ହୋଇଛନ୍ତି । କେବଳ ଦିଲ୍ଲୀ, ମହାରାଷ୍ଟ୍ର, ଗୋଆ ଓ ଆଣ୍ଡାମାନ-ନିକୋବର ପରୀକ୍ଷା ପୂର୍ବରୁ ଛାତ୍ର ଓ ଶିକ୍ଷକମାନଙ୍କୁ ଟିକାକରଣ କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.