fbpx

ସିବିଏସଇ ଦ୍ୱାଦଶ ପରୀକ୍ଷା ଉପରେ ଶୁଣାଣି ପୁଣି ସ୍ଥଗିତ, ଜୁନ ୩ରେ ଚୂଡାନ୍ତ ରାୟ ଦେବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ସୋମବାର ସିବିଏସଇ ବୋର୍ଡ ପରୀକ୍ଷା ଉପରେ ଚୂଡାନ୍ତ ନିଷ୍ପତି ହୋଇ ପାରି ନାହିଁ । ଆଜି ଶୁଣାଣି ହେବା ମାତ୍ରେ ମାମଲାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି । କେନ୍ଦ୍ର ସରକାର ନିଜର ନିଷ୍ପତି ଜଣାଇବା ପାଇଁ କୋର୍ଟଙ୍କୁ ଦୁଇ ଦିନର ସମୟ ମାଗିଛନ୍ତି । ଏବେ ଏହା ଉପରେ ଜୁନ ୩ରେ ଶୁଣାଣି ହେବ । ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ସିବିଏସଇକୁ ଏହା ଉପରେ ନିଜର ଚୂଡାନ୍ତ ରିପୋର୍ଟ ଦେବାକୁ କହିଛନ୍ତି ।

ଅଦାଲତ ଦୁଇ ଦିନର ସମୟ ଦେଇ କେନ୍ଦ୍ର ଓ ସିବିଏସଇକୁ ଗୁରୁବାର ସୁଦ୍ଧା ନିଜର ଚୂଡାନ୍ତ ରିପୋର୍ଟ ଦେବାକୁ କହିଛନ୍ତି । ବିଚାରପତି ଖାନବିଲକର ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲଙ୍କୁ କହିଛନ୍ତି, ଆପଣ ପରୀକ୍ଷା ପାଇଁ ନିର୍ଣ୍ଣୟ ନିଅନ୍ତୁ । ଯଦି ପରୀକ୍ଷା ଆୟୋଜିତ ନକରିବା ପାଇଁ ଗତ ବର୍ଷର ନିର୍ଣ୍ଣୟକୁ ନେଇ ବିଚଳିତ ହେଉଛନ୍ତି ତେବେ ଆପଣଙ୍କୁ ଏହାର ଉଚିତ୍ କାରଣ ଦର୍ଶାଇବାକୁ ପଡିବ।
ପୀଠ କହିଛନ୍ତି, ଯାହା ଉଚିତ୍ ଲାଗୁଛି ସେହି ନିର୍ଣ୍ଣୟ ନିଅନ୍ତୁ । ଯେଉଁ ବିଷୟକୁ ନେଇ ଆପଣ ଚିନ୍ତା କରୁଛନ୍ତି, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଆବେଦନକାରୀଙ୍କ କହିବା କଥା ଗତ ବର୍ଷର ନୀତିକୁ ପାଳନ କରାଯିବା ଉଚିତ୍ । ଯଦି ଆପଣ ଗତ ବର୍ଷର ନୀତିରୁ ହଟି ନିର୍ଣ୍ଣୟ ନେବେ ତେବେ ଆପଣଙ୍କୁ ଉଚିତ୍ କାରଣ ମଧ୍ୟ ଦର୍ଶାଇବାକୁ ପଡିବ । ଗତ ବର୍ଷ କରୋନା ସମୟରେ ପରୀକ୍ଷା ସ୍ଥଗିତ ରଖାଯାଇ ସ୍ଥିତିରେ ସୁଧାର ଆସିବା ପରେ ଆୟୋଜନ କରାଯାଇଥିଲା ।

ଆବେଦନକାରୀ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ଅନ୍ୟପଟେ ସିବିଏସଇ ଅନେକ ବିକଳ୍ପ ମାଧ୍ୟମରେ ପରୀକ୍ଷା ଆୟୋଜନ କରିବାକୁ ଚାହୁଁଛି । କେନ୍ଦ୍ର ସରକାର ମଧ୍ୟ ସିିବିଏସଇର ପ୍ରସ୍ତାବରେ ସହମତ ପ୍ରକାଶ କରିଛି । ଅଦାଲତ ଦ୍ୱିତୀୟ ଥର ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ଏହା ପୂର୍ବରୁ ମେ ୨୮ରେ କୋର୍ଟ ଶୁଣାଣିକୁ ମେ ୩୧ ପର୍ଯ୍ୟନ୍ତ ଘୁଂଚାଇଥିଲେ ।

Get real time updates directly on you device, subscribe now.